ସଂସଦକୁ କୁକୁର ପ୍ରବେଶ ବୟାନ- ରେଣୁକା ଓ ରାହୁଲଙ୍କୁ ରେସପନସିବିଲିଟିର ପରାମର୍ଶ ଦେଲେ ସମ୍ୱିତ

ସଂସଦ ପରିସରରେ କୁକୁର ପ୍ରବେଶରେ ବାରଣକୁ ନେଇ ରେଣୁକା ଚୌଧୁରୀ ଓ ରାହୁଲ ଗାନ୍ଧୀଙ୍କ ବୟାନକୁ କଡ଼ା ନିନ୍ଦା କରିଛି ବିଜେପି। ସାଂସଦ ହିସାବରେ ତୃତୀୟ ଆର୍ ବା ରେସପନସିବିଲିଟିକୁ ଏ ଦୁହେଁ ସ୍ମରଣ କରିବା କଥା କହି ପରାମର୍ଶ ଛଳରେ କଟାକ୍ଷ କରିଛନ୍ତି ବିଜେପି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର। ସଂସଦ ପରିସରକୁ ପୋଷା କୁକୁର ଧରି ଗାଡ଼ିରେ ଆସିଥିଲେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ। ହେଲେ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାକର୍ମୀ କୁକୁର ପ୍ରବେଶକୁ ବାରଣ କରିଥିଲେ। ସାମ୍ୱାଦିକଙ୍କ ପ୍ରଶ୍ନରେ ରେଣୁକା କହିଥିଲେ, ଏ ପୋଷା କୁକୁର କାମୁଡ଼ିବନି। ସେ ମୁହଁ ଖୋଲିପାରେନା। ଛୋଟ ଜୀବ। କିନ୍ତୁ କାମୁଡ଼ିବା ଲୋକ ସଂସଦ ଭିତରେ ବସିଛନ୍ତି। କାମୁଡ଼ିବା ବାଲା ସରକାର ଚଳାଉଛନ୍ତି। ଏଭଳି ବୟାନ ସଂସଦର ଗାରିମା କ୍ଷୁର୍ଣ୍ଣ କଲା ଭଲି ଆଚରଣ। ଏହା ଉପରେ ଆଜି ରାହୁଲ ଗାନ୍ଧୀ କହିଛନ୍ତି, କୁକୁର କଅଣ ଏତେ ବାଟ ଆସିସାରିଥିଲା। ଏଠାକୁ କଅଣ ଅନୁମତି ନାହିଁ କି। କିନ୍ତୁ ଭିତରକୁ ତ ଅନୁମତି ଅଛି। ସଂସଦ ଆଡ଼କୁ ଇଙ୍ଗିତ କରି ଏ କଥା କହିଛନ୍ତି ରାହୁଲ। ହେଲେ ସଂସଦ ଭିତରେ ସମ୍ମାନନୀୟ ସାଂସଦମାନେ ହିଁ ବସନ୍ତି। ତାହେଲେ ସାଂସଦଙ୍କୁ କାହା ସହ ତୁଳନା କଲେ ରାହୁଲ। ଏହା ହାଲୁକା ଘଟଣା ନୁହେଁ। ରାହୁଲ ଓ ରେଣୁକାଙ୍କ ବୟାନରେ ପୁରା ସଂସଦ ଆହତ ହୋଇଛି। ସେଥିଲାଗି ଏହି ଦୁଇ ଆର୍ ସାଂସଦ ଭାବେ ସେମାନଙ୍କର ତୃତୀୟ ଆର୍ ବା ରେସପନସିବିଲିଟି କର୍ତ୍ତବ୍ୟ କଅଣ, ଆଗ ଜାଣନ୍ତୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *