ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି । ବଡ଼ ଭାଇ ଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ । ନିଜ ଭାଇ ଙ୍କ ବିରୁଦ୍ଧରେ ବିଶୋଦଗାର କଲେ ସୁର ଙ୍କ ସାନ ପୁଅ ମନ୍ମଥ ରାଉତରାୟ । କହିଲେ ସୁର ରାଉତରାୟ ଙ୍କ ଘରେ ଜଣେ ବ୍ୟକ୍ତି ବାରମ୍ବାର ନବୀନ ଓ ପାଣ୍ଡିଆନ ଙ୍କୁ ଗାଳି କରୁଛନ୍ତି । ଦିନେ ସହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନ ଙ୍କୁ ଦେଖା କରୁଥିଲେ ଶେଷରେ ରିଜେକ୍ଟ ହୋଇଗଲେ । ସେହିପରି ସୁର ରାଉତରାୟ ଙ୍କୁ ନେଇ ବିଜେପି ର ବଡ଼ ନେତା ଙ୍କୁ ଦିଲ୍ଲୀ ରେ ଦେଖା କରିଥିଲେ । ସେଠି ବି ରିଜେକ୍ଟ ହୋଇଥିଲେ । ଯଦି ସେ ଓଡିଶା କୁ ଏତେ ଭଲ ପାଉଥିଲେ ତେବେ ସେ ୧୮ ବର୍ଷ ଆମେରିକାରେ କଣ କରୁଥିଲେ । ଏଠି ମାଆ ବାପା ଙ୍କୁ ଛାଡ଼ି ସେଠି କଣ କରୁଥିଲେ । ଏଠି ବାପା ମାଆ ଙ୍କ ସମ୍ପତି କୁ ବ୍ୟବହାର କରି କି ସେଠି କଣ କରୁଥିଲେ । କାହିଁକି ତାଙ୍କ ପିଲା ମାନେ ପରିବାର ଆମେରିକାର ପାସପୋର୍ଟ ରେ କାହିଁକି ଅଛନ୍ତି । ଆମେ ତ ଆମ ମାଟି କୁ ଛାଡିନୁ । ଯେହେତୁ କିଛି ପାଇଲେନି ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଙ୍କୁ ଗାଳି କରୁଛନ୍ତି । ମୋ ଗୁରୁ ଙ୍କୁ ସେ ବ୍ୟକ୍ତି ଗାଳି କରୁଛନ୍ତି ତାହା ମୁଁ ସହି ପାରିବିନି । ଯାହା ସେ କହୁଛନ୍ତି ତାକୁ ପ୍ରମାଣ କରି ଦେଖାନ୍ତୁ ବୋଲି କହିଛନ୍ତି ସାନଭାଇ ମନ୍ମଥ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now