ରାହୁଲ ଗାନ୍ଦୀଙ୍କୁ ମାରିବାକୁ ଖୋଲା ଧମକ। ଏକ ଟିଭି ଡିବେଟରେ ରାହୁଲଙ୍କୁ ଧମକ ଦେଇଛନ୍ତି ବିଜେପି ମୁଖପାତ୍ର ପ୍ରିଣ୍ଟୁ ମହାଦେବ। ଏହାକୁ ନେଇ କଂଗ୍ରେସ କଡ଼ା ଆପତ୍ତି ଜାହିର ସହ ମହାଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଲାଗି ଦାବି କରିଛି। ଏ ସନ୍ଦର୍ଭରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସଂଗଠନ ସାଧାରଣ ସମ୍ପାଦକ କେସି ବେନୁଗୋପାଳ। ବେନୁଗୋପାଳ କହିଛନ୍ତି, ଏଭଳି ମନ୍ତବ୍ୟ ସହ ବିଜେପିର ସହମତି ଅଛି କି ନାହିଁ। ଯଦି ନାହିଁ, ସଂପୃକ୍ତ ମୁଖପାତ୍ରଙ୍କ ବିରୁଦ୍ଧରେ ଦଳ ଆକ୍ସନ ନେଉ। ଏମିତିରେ ରାହୁଲଙ୍କ ଜୀବନ ପ୍ରତି ବିପଦ ଅଛି କହି ସିଆରପିଏଫକୁ ବାରମ୍ୱାର ଚିଠି ଲେଖିଲେ ବି କୌଣସି ପଦକ୍ଷେପ ନିଆଯାଉନି। ରାହୁଲଙ୍କୁ ଏଭଳି ଧମକ ଗଭୀର ଷଡ଼ଯନ୍ତ୍ରର ଅଂଶବିଶେଷ ଲାଗୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now