ହିନ୍ଦୁ ଦେବାଦେବୀଙ୍କୁ ପରିହାସ କରି ବିବାଦରେ ସିଏମ୍ ରେଭାନ୍ତ ରେଡ୍ଡୀ

ହିନ୍ଦୁ ଦେବାଦେବୀଙ୍କ ଉପରେ ବିବାଦୀୟ ବୟାନ ଦେଇ ପୁଣି ଅଡ଼ୁଆରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ।  ହିନ୍ଦୁ ଦେବାଦେବୀଙ୍କୁ ଉପହାସ କରିଛନ୍ତି ରେଭାନ୍ତ। ଏହାକୁ ନେଇ ବିଜେପି ଓ ବିଆରଏସ ଆପତ୍ତି ଜାହିର କରି ରେଭାନ୍ତଙ୍କ କ୍ଷମାପ୍ରାର୍ଥନା ଦାବି କରିଛନ୍ତି। ଏକ କାର୍ଯ୍ୟକ୍ରମରେ ରେଭାନ୍ତ କହିଥିଲେ, ହିନ୍ଦୁ କେତେଜଣ ଭଗବାନଙ୍କୁ ବିଶ୍ୱାସ କରନ୍ତି। ଏତେ ମାତ୍ରାରେ ଭଗବାନ କାହିଁକି। ବାଡ଼ୁଅ ବା ଅବିବାହିତଙ୍କ ଲାଗି ଗୋଟିଏ ଭଗବାନ ଅଛନ୍ତି ହନୁମାନ। ଦୁଇ ଥର ବିବାହ କରିବା ବାଲାଙ୍କ ପାଇଁ ଆଉ ଜଣେ ଭଗବାନ ଆଉ ମଦ ପିଉଥିବା ଲୋକଙ୍କ ଲାଗି ଅଲଗା ଭଗବାନ। କୁକୁଡ଼ା ବଳି ପାଇଁ ଆଉ ଏକ ଅଲଗା ଦେବୀ ତ ଚାଉଳ ପାଇଁ ଅଲଗା ଭଗବାନ। ପ୍ରତି ସମୂହ ପାଇଁ ନିଜ ନିଜର ଭଗବାନ ଅଛନ୍ତି। ହିନ୍ଦୁ ଦେବାଦେବୀଙ୍କୁ ନେଇ ରେଭାନ୍ତଙ୍କ ଏଭଳି ଟିପ୍ପଣୀ ରାଜନୈତିକ ବିବାଦକୁ ଜନ୍ମ ଦେଇଛି। ଏଭଳି ଟିପ୍ପଣୀ ହିନ୍ଦୁ ଆସ୍ଥା ଓ ରୀତିନୀତିର ମୂଳ ସିନ୍ଧାନ୍ତକୁ ଉପହାର କରୁଛି ବୋଲି କହିଛନ୍ତି ବିରୋଧୀ। ଏଭଳି ମନ୍ତବ୍ୟ ସୂଚାଉଛି, ହିନ୍ଦୁଙ୍କ ପ୍ରତି କଂଗ୍ରେସର ଘୃଣା ରହିଛି। ସୋସିଆଲ ମିଡିଆରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ବିଜେପିର ପୂର୍ବତନ ପ୍ରମୁଖ ବନ୍ଦି ସଞ୍ଜୟ କୁମାର କହିଛନ୍ତି। କଂଗ୍ରେସ ଏକ ମୁସଲିମ ପାର୍ଟି। କଂଗ୍ରେସ ସବୁବେଳେ ଏଆଇଏମଆଇଏମ ଆଗରେ ନତମସ୍ତକ ହେଉଥିବା ଦଳ ଅଟେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *