ଟ୍ରୋଲ ହେଲେ ଟିନା ଡାବି। ୟୁପିଏସସି ଟପ୍ପର ତଥା ରାଜସ୍ଥାନ ବାଡ଼ମେର ଜିଲ୍ଲାର ଜିଲ୍ଲାପାଳ ଟିନା। ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ ପରେ ପତାକା ଆଡ଼କୁ ଅନାଇ ସାଲ୍ୟୁଟ୍ କରିବା କଥା। କିନ୍ତୁ ଟିନା ଏହାର ଓଲଟା ଦିଗ ଆଡ଼କୁ ସାଲ୍ୟୁଟ୍ ଲାଗି ଛିଡ଼ା ହୋଇଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଇଛି। ସଂରକ୍ଷଣ କୋଟାରେ ଆଇଏଏସ ପାଇଥିବାରୁ ସାମାନ୍ୟ ଜ୍ଞାନ ନାହିଁ କହି ଟ୍ରୋଲ ବାହିନୀ ତାଙ୍କୁ ସମାଲୋଚନାରେ ପୋତି ପକାଇଛନ୍ତି। ଆଉ କିଛି ଏହାକୁ କ୍ୟାମେରା ପ୍ରେମୀର ପ୍ରତିଫଳନ ବୋଲି କହୁଛନ୍ତି। ତେବେ ଆଉ କିଛି ଏହା ଟିନାଙ୍କ ଭୁଲ୍ ନୁହେଁ ବୋଲି କହିଛନ୍ତି। ପତାକା ଉତ୍ତୋଳନ ପରେ କୁଆଡ଼େ କିଛି କ୍ୟାମେରାମ୍ୟାନ୍ ତାଙ୍କର ଫଟୋ ପତାକା ସହ ଭଲରେ ଆସିବାକୁ ହେଲେ ଏପଟେ ଛିଡ଼ା ହୁଅନ୍ତୁ ବୋଲି କହିବାରୁ ସେ ବୁଲିପଡ଼ିଥିଲେ। ସୁରକ୍ଷାକର୍ମୀ ବି ସମାନ କଥା କହିଥିଲେ। ହେଲେ ଜାତୀୟ ସଙ୍ଗୀତ ଗାନ ମାତ୍ରେ ସେ ଠିକ୍ ପୋଜିସନକୁ ଆସି ସାଲ୍ୟୁଟ୍ ମାରିଥିଲେ। ତାଙ୍କ ଜାତି କଥା କହି ତୁଛାରେ ଟ୍ରୋଲ ବାହିନୀ ତାଙ୍କୁ ସବୁବେଳେ ନକରାତ୍ମକ ଦୃଷ୍ଟିରେ ଦେଖିବା ଗ୍ରହଣଯୋଗ୍ୟ ନୁହେଁ ବୋଲି ଗୋଟିଏ ୟୁଜର୍ସ ଗୋଷ୍ଠୀ ଯୁକ୍ତି ବାଢ଼ିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now