ରାଗିଗଲେ କୋହଲି। ମେଲବୋର୍ଣ୍ଣ ବିମାନବନ୍ଦରରେ ଅଚାନକ ଚିହିଁକି ଉଠିଥିଲେ ବିରାଟ କୋହଲି। ସାମ୍ୱାଦିକଙ୍କ ଉପରେ ରାଗିଗଲେ ବିରାଟ। ତେବେ ଏହି ରାଗ ପଛରେ ଭିନ୍ନ କାରଣ ରହିଛି। ନିଜର ନିୟନ୍ତ୍ରଣ ଯେମିତି ହରାଇଦେଇଥିଲେ ବିରାଟ୍। ସୂଚନା ମୁତାବକ ଗାଭାସ୍କର ଟେଷ୍ଟ ଡ୍ର ପରେ ଭାରତୀୟ ଟିମ୍ ମେଲବୋର୍ଣ୍ଣ ପହଞ୍ଚିଥିଲେ। ଏତିକି ବେଳେ ଜଣେ ଅଷ୍ଟ୍ରେଲିଆର ମହିଳା ସାମ୍ୱାଦିକଙ୍କ ସହ କୋହଲିଙ୍କ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଏହା ପଛରେ କାରଣ ଥିଲା ଯେ, ସଂପୃକ୍ତ ସାମ୍ୱାଦିକ ବିନା ଅନୁମତିରେ କୋହଲିଙ୍କ ପରିବାରର ଫଟୋ ଉଠାଇଥିଲେ। ବିରାଟ ନିଜର ପତ୍ନୀ ଅନୁଷ୍କା ଶର୍ମା ଓ ଦୁଇ ପିଲା ବାମିକା ଓ ଅକାୟଙ୍କ ସହ ମେଲବୋର୍ଣ୍ଣରେ ଲ୍ୟାଣ୍ଡିଂ କରିଥିଲେ। ସେତେବେଳେ ଅଷ୍ଟ୍ରେଲିଆନ୍ ଚାନେଲ-୭ର ସାମ୍ୱାଦିକା ତାଙ୍କର ଭିଡ଼ିଓ ଉତ୍ତୋଳନ କରୁଥିବା ଦେଖି ରାଗିଯାଇଥିଲେ କୋହଲି। ବିରାଟ ଅନୁରୋଧ କରିଥିଲେ କି, ତାଙ୍କର ଭିଡ଼ିଓ ସେ ଟେଲିକାଷ୍ଟ କରନ୍ତୁ। କିନ୍ତୁ ପରିବାରର ଭିଡ଼ିଓ ଡିଲିଟ କରନ୍ତୁ। ତାଙ୍କର ଗୋପନୀୟତାକୁ ବଜାୟ ରଖିବାକୁ ଦିଆଯାଉ। ଏହି କଥାକୁ କେନ୍ଦ୍ର କରି କୋହଲି ଓ ସାମ୍ୱାଦିକାଙ୍କ ଭିତରେ ବେଶ୍ ଯୁକ୍ତିତର୍କ ଲାଗିଥିଲା। ଅଷ୍ଟ୍ରେଲିଆ ଆଇନ ଅନୁସାରେ କୌଣସି ସାର୍ବଜନୀକ ସ୍ଥଳରେ କୌଣସି ସେଲିବ୍ରିଟିଙ୍କ ଭିଡ଼ିଓ କି ଫଟୋ ଉତ୍ତୋଳନରେ କୌଣସି ପ୍ରତିବନ୍ଧ ନାହିଁ। ସେପଟେ ସଂପୃକ୍ତ ଚାନେଲ-୭ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, କୋହଲି ଭ୍ରମରେ ଥିଲେ। କୋହଲିଙ୍କୁ ଲାଗିଥିଲା ଯେ, ତାଙ୍କ ପରିବାର ସହ ଫଟୋ ଉଠାଯାଉଛି। ତେବେ ଯେତେବେଳେ କୋହଲି ଏ କଥା ଜାଣିଲେ, ମିଡିଆ ସହ ହୋଇଥିବା ଯୁକ୍ତିକୁ ଭୁଲି ଚ୍ୟାନେଲର କ୍ୟାମେରାମ୍ୟାନଙ୍କ ସହ ହାତ ମିଳାଇ ଖୁସି ଜାହିର୍ କରିଥିଲେ କୋହଲି।
Naxatra News is now on Whatsapp
Join and get latest news update delivered to you via whatsapp
Join Now