ସୁଇସାଇଡ୍ କଲେ ୟୁଟ୍ୟୁବର୍। ପ୍ରେମ ସମ୍ପର୍କରେ ବିବାଦରୁ ୨୧ ବର୍ଷୀୟା କୋମାଲି କରିଦେଲେ ସୁଇସାଇଡ୍। କୋମାଲି ବିଏସସିର ଛାତ୍ରୀ ଥିଲେ। ହାଇଦ୍ରାବାଦରୁ ଆସିଛି ଏଭଳି ଘଟଣା। ପୂର୍ବତନ ପ୍ରେମିକ ନିଖିଲ ରେଡ୍ଡି କୋମାଲିଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ପୁଣି ଥରେ ଦୁହେଁ ଏକାଠି ହେବା ପ୍ରସ୍ତାବକୁ ମନା କରିଦେଇଥିଲେ ନିଖିଲ। ଏମିତିରେ ବ୍ରେକଅପ୍ ପରେ ମାନସିକ ଅବସାଦରେ ଥିଲେ କୋମାଲି। ଶେଷରେ ମଣିକୋଣ୍ଡା ସ୍ଥିତ ନିଜ ଦାଦାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲେ। ବର୍ଷେ ହେଲା ନିଖିଲଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଯାଇଥିଲା। କୋମାଲି ମୂଳ ରୂପରେ ବିଶାଖାପାଟଣାର। କୋମାଲିଙ୍କ ପରିବାରର ଅଭିଯୋଗ କ୍ରମେ ପୁଲିସ ଏତଲା କରି ତଦନ୍ତ କରୁଛି। କୋମାଲି ମଲ୍ଲାରେଡ୍ଡି ୟୁନିଭରସିଟିରେ ବିଏସସି ପଢ଼ୁଥିଲେ। ଏହା ସହ ପାର୍ଟ-ଟାଇମ ୟୁଟ୍ୟୁବ୍ ପାଇଁ ଭିଡ଼ିଓ ବି କରୁଥିଲେ। ସେ ୩ ବର୍ଷ ହେଲା ନିଖିଲ ରେଡ୍ଡି ନାମକ ୟୁଟ୍ୟୁବରଙ୍କ ସହ ରିଲେସନରେ ଥିଲେ। ନିଖିଲର ଘର ବି ବିଶାଖାପାଟଣାରେ। ବର୍ଷେ ହେଲା ମତଭେଦ କାରଣରୁ ବ୍ରେକଅପ୍ ହୋଇଯାଇଥିଲା। ଏହା ପରେ କୋମାଲି ମାନସିକ ଅବସାଦରେ ଦିନ କଟାଉଥିଲେ। ପରିବାର ଲୋକଙ୍କ କହିବା କଥା, ୬ ମାସ ତଳେ ବି ସେ ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିଲେ। ଦୁଇ ଦିନ ତଳେ ନିଖିଲ ତାଙ୍କୁ ଫୋନ୍ କରିଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଘରେ କେହି ନଥିଲାବେଳେ କୋମାଲି ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now