କିଟ୍ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ୪ ଜଣିଆ ଟିମ୍ ଆଗରେ ଫେରାଦ୍ ହେଲେ ମାନବାଧିକାର କର୍ମୀଙ୍କ ସମେତ ଅନେକ ବରିଷ୍ଠ ନାଗରିକ। କିଟ୍ ରେ କିଭଳି କେଳେଙ୍କାରୀ ଚାଲିଛି ସେ ସମ୍ପର୍କିତ ସମସ୍ତ ତଥ୍ୟ ଦେବା ସହ କିସ୍ ରେ ଜୁଭେନାଇଲ ଜଷ୍ଟିସର ଖୁଲମଖୁଲା ଉଲ୍ଲଂଘନ ହେଉଛି, ସେ ତଥ୍ୟ ମାନବାଧିକାର କମିଶନଙ୍କ ଟିମ୍ ଆଗରେ କହିଛନ୍ତି। ସର୍ବସାଧାରଣ ରାସ୍ତାକୁ ବଳପୂର୍ବକ ଅବରୋଧ କରିଛି କିଟ୍। ନିଜ ଜାଗାକୁ ଯାଇପାରୁନାହାନ୍ତି ବୋଲି ଅନେକ ବରିଷ୍ଠ ନାଗରିକ କମିଶନଙ୍କ ଟିମ୍ ଆଗରେ ଫେରାଦ୍ ହୋଇ ନ୍ୟାୟ ମାଗିଛନ୍ତି। ଆଗକୁ ଏହି ପ୍ରସଙ୍ଗରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିବାକୁ ନିଷ୍ପତ୍ତି କରିଛନ୍ତି ଜମି ମାଲିକ। ଏନଏଚଆରସିର ଲ ରେଜିଷ୍ଟ୍ରାର ଯୋଗିନ୍ଦର ସିଂଙ୍କ ନେତୃତ୍ୱରେ ଆସିଥିବା ଟିମ୍ କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଓ ଏହା ପରବର୍ତ୍ତୀ ଅମାନବୀୟ ଆଚରଣର ତଦନ୍ତ କରୁଛନ୍ତି। ୧୦ ତାରିଖରେ ତଦନ୍ତ ରିପୋର୍ଟ ଦେବାକୁ ଟିମକୁ ନିର୍ଦେଶ ରହିଛି। ରାଜ୍ୟ ସରକାର ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ମାମଲାର ତଦନ୍ତ କରୁଛନ୍ତି। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୁଳପତି ଶରଣଜିତି ସଂଙ୍କ ସମେତ ୧୦ରୁ ଅଧିକ ଅଧିକାରୀଙ୍କୁ ପଟରାଉଚୁରା ସରିଲାଣି। ହେଲେ ଏ ପର୍ଯ୍ୟନ୍ତ ତଦନ୍ତର ଫଳାଫଳ ଆସିନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now