ମଧ୍ୟରାତ୍ରୀରେ ଲାଣ୍ଡଫଲ!

ଉଗ୍ରରୂପ ନେଉଛି ବାତ୍ୟା ମାଣ୍ଡୋସ। ଏହା ତାମିଲନାଡୁର ମାମଲାପୁରମ ଉପକୂଳରେ ସ୍ଥଳଭାଗର ଛୁଇଁପାରେ। ଏହା ଆଜି ମଧ୍ୟରାତ୍ରୀ ଶୁଦ୍ଧା ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରବାହରେ ଉତ୍ତର ତାମିଲନାଡୁର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୮୫ କିଲୋମିଟର ବେଗରେ ପବନ ବୋହିପାରେ। ଏହାକୁ ଦୃଷ୍ଟିରେ ରଖି ବହୁ ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। ବାତ୍ୟା ମାଣ୍ଡୋସ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ, ଶ୍ରୀହରିକୋଟା ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳପଥ ଦେଇ ଅତିକ୍ରମ କରିପାରେ। ଏହାର ମୁକାବିଲା ପାଇଁ ସଜାଗ ଅଛନ୍ତି ଏନଡିଆରଫ ଟିମ। ତେବେ ଏହାର ପ୍ରଭାବରେ ୧୦ ଓ ୧୧ରେ ଦକ୍ଷିଣ ଓଡିଶାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *