ଏଇ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ଣ ପ୍ରବାହ

ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ଣ ପ୍ରବାହ । ତତଲା ତାୱାରେ ସିଝୁଛି ଓଡିଶା । ଆଜି ପୁଣି ବୌଦ୍ଧ ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର। ସେଠାରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୧୧ ଜିଲ୍ଲା ହିଟ ୱେଭ୍ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ , କେନ୍ଦୁଝର , ମୟୁରଭଞ୍ଜ, ଅନୁଗୁଳ , ସମ୍ବଲପୁର , ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଳା।
ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ। ଦିନ ବେଳା ଝାଞ୍ଜି ପବନରେ ବାହାରକୁ ବାହାରିବା ବେଳେ ଦେହ ହାତ ପୋଡି ଗଲା ଭଳି ଲାଗୁଛି। ଏଭଳି ସ୍ଥିତିରେ ଜରୁରୀ କାମ ନଥିଲେ ଘରୁ ବାହରକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ମେ ପ୍ରଥମ ସପ୍ତାହରୁ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଖସିବା ନେଇ ଆକଳନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର। ସେପଟେ ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି।
ମେ ୪ ରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖାପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଭନୀଭୂତ ହେବାର ସମ୍ଭାବନା ରହିଛି।
ଏପ୍ରିଲ ୩୦ ତାରିଖ ପରେ ପାଗରେ ସାମନ୍ୟ ପରିବର୍ତ୍ତନ ସହ ତାତିରୁ ସାମାନ୍ୟ ତ୍ରାହି ମିଳିପାରେ ।