ବିଶ୍ୱ ପରିବେଶ ଦିବସ : ପ୍ରଦୂଷଣ ବୃଦ୍ଧି ଯୋଗୁଁ ବିପଦରେ ପ୍ରକୃତି

() ଆଜି ଆନ୍ତର୍ଜାତୀୟ ‘ବିଶ୍ୱ ପରିବେଶ ଦିବସ’। ଭାରତ ସମେତ ସମଗ୍ର ବିଶ୍ୱରେ ୦୫ ଜୁନ୍‌ରେ ‘ପରିବେଶ ଦିବସ’ ପାଳନ କରାଯାଏ। ଏହି ଅବସରରେ ବିଭିନ୍ନ ଦେଶରେ ଲୋକମାନଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ପାଇଁ ବିଭିନ୍ନ ଉପାୟରେ କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଚଳିତ ବର୍ଷ ‘ବିଶ୍ୱ ପରିବେଶ ଦିବସ’ର ଥିମ ରହିଛି “ଜମି ପୁନରୁଦ୍ଧାର, ମରୁଭୂମି ଏବଂ ମରୁଡ଼ି ଦୂରତା”।

Watering Young Plant – Vintage Effect

ପ୍ରାକୃତିକ ସମ୍ପଦର ଶୋଷଣ ଏବଂ ମାନବ ଜୀବନଶୈଳୀ ପାଇଁ ଏସବୁର ଅପବ୍ୟବହାର ହେତୁ ପରିବେଶ ପ୍ରଦୂଷିତ ହେଉଛି। ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରଦୂଷଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରଦୂଷଣ ବୃଦ୍ଧି ଯୋଗୁଁ ବିପଦରେ ରହିଛି ପ୍ରକୃତ। ଜୀବନକୁ ବଞ୍ଚିବାକୁ ହେଲେ ପ୍ରକୃତି ପ୍ରତ୍ୟେକ ଆବଶ୍ୟକୀୟ ଜିନିଷ ଯୋଗାଇଥାଏ। ତେବେ ପ୍ରକୃତି ପ୍ରଦୂଷଣରୁ ରକ୍ଷା କରିବା ଲକ୍ଷ୍ୟରେ ପରିବେଶ ଦିବସ ପାଳନ ଆରମ୍ଭ ହୋଇଥିଲା।

ପ୍ରଥମ ପରିବେଶ ସମ୍ମିଳନୀ ୦୫ ଜୁନ ୧୯୭୨ରେ ପାଳନ କରାଯାଇଥିଲା, ଯେଉଁଥିରେ ୧୧୯ ଦେଶ ଅଂଶଗ୍ରହଣ କରିଥିଲେ। ସ୍ୱିଡେନର ରାଜଧାନୀ ଷ୍ଟକ୍‌ହୋମ୍‌ରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *