ଓଡିଶାରେ ଆଉ ୪ ଦିନ ପ୍ରବଳ ବର୍ଷିବ । ଏହାସହ ବିଜୁଳି ଘଡଘଡି ହେବା ସହ ଅତି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡଘଡି ସହ ୯ଟି ଜିଲ୍ଲା କୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣିଂ ଜାରି କରିଥିବା ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ୱଲପୁର, ବରଗଡ, ଦେବଗଡ, କେନ୍ଦୁଝର, ବାଲେଶ୍ୱର,ଓ ଭଦ୍ରକ । ସେହିପରି ୟେଲୋ ୱାର୍ଣିଂ ଜାରି କରିଥିବା ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର , କଳାହାଣ୍ତି ଓ ନବରଙ୍ଗପୁର । ସେହିପରି ମାର୍ଚ୍ଚ ୨୪ ରୁ ୨୫ ତାରିଖ ମଧ୍ୟରେ ବିଜୁଳି ଘଡଘଡି ହେବା ସହ ଅତି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ୟେଲୋ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Naxatra News is now on Whatsapp
Join and get latest news update delivered to you via whatsapp
Join Now