ଚଳିତବର୍ଷ ଶୀଘ୍ର ମୌସୁମୀ ପ୍ରବେଶ କରିବାରୁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର, ବରାକ, କୋପିଲି ଭଳି ପ୍ରମୁଖ ନଦୀରେ ବନ୍ୟା ଜଳ ଉଛୁଳୁଥିବାରୁ ଉତ୍ତରପୂର୍ବ ରାଜ୍ୟର ପ୍ରାୟ ୧୮ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମରେ ପ୍ରଳୟଙ୍କାରୀ ବନ୍ୟାରେ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ କାଜିରଙ୍ଗା ନ୍ୟାସନାଲ ପାର୍କରୁ ୯୯ ବନ୍ୟଜନ୍ତୁ ଉଦ୍ଧାର ହେଲେଣି । ପୂର୍ବରୁ ୨୮ ଜିଲ୍ଲାର ୨୭.୭୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ , ୭୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ବନ୍ୟାରେ ୩୫୦୦ ଗାଁ ପ୍ରଭାବିତ ହେବା ସହ ୬୩ ହଜାରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now