ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଞ୍ଚଳରେ ସକ୍ରିୟ ଅବପାତ ଗଭୀର ଅବପାତର ରୂପ ନେଇଛି। ଏହା ସାମାନ୍ୟ ଦିଗ ବଦଳାଇ ଉତ୍ତର -ଉତ୍ତର ପୂର୍ବ ଦିଗକୁ ଗତି କରିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତକାଲି ସକାଳ ବେଳକୁ ବାତ୍ୟାର ରୂପ ନେଇପାରେ। ବାତ୍ୟା ସୃଷ୍ଟି ହେବା ପରେ ଉତ୍ତର-ଉତ୍ତର ପୂର୍ବ ମୁହାଁ ହୋଇ ଆଗକୁ ବଢିବ। ୨୫ ତାରିଖ ସକାଳୁ ବାଙ୍ଗାଂଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଓଡିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି। ବାତ୍ୟା ପ୍ରଭାବରେ ଆଜି କେନ୍ଦ୍ରାପଡା, ଜଗସିଂହପୁର, ପୁରୀରେ ବର୍ଷା ହୋଇପାରେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now