ହେଲା ମିଶନ ମୌସମ। ଭାରତ ଏକ ଜଳବାୟୁ ସ୍ମାର୍ଟ ରାଷ୍ଟ୍ର ହେବ। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଯେ, ଅତ୍ୟାଧୁନିକ ପାଣିପାଗ ଆକଳନର ଟେକ୍ନୋଲୋଜି ଓ ପ୍ରକ୍ରିୟାର ବିକଶିତ କରାଯିବ। ଉଚ୍ଚ ରିଜୋଲୁସନ ବାୟୁମଣ୍ଡଳର ଅବଲୋକନରୁ ପରବର୍ତ୍ତୀ ପୀଢ଼ିକୁ ରାଡାର ଓ ଉପଗ୍ରହରେ ଉଚ୍ଚ ପ୍ରଦର୍ଶନ କରିବାକୁ ମଉକା ମିଳିବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ୧୫୦ତମ ପ୍ରତିଷ୍ଠା ଦିବସରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭବିଷ୍ୟତର ଜରୁରୀକୁ ଦେଖି କାମ କରିବାକୁ ପଡ଼ିବ। ଓ୍ୱାର୍ଣ୍ଣିଂ ସିଷ୍ଟମକୁ ବିକଶିତ କରିବାକୁ ପଡ଼ିବ। ଏଥିଲାଗି ଆଇଏମଡି ନିରନ୍ତର ଗବେଷଣା ଜାରି ରଖୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଏହି ଅବସରେରେ ଆଇଏମଡି ଭିଜନ-୨୦୪୭ ଦସ୍ତାବିଜର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ପାଣିପାଗ ସମ୍ୱନ୍ଧୀୟ ଓ ଜଳବାୟୁ ପରିବର୍ତ୍ତନ ଅନୁକୂଳରେ ସହଯୋଗ କରିବ। ଏହା ସହ ସ୍ମାରକ ମୁଦ୍ରା ବି ରିଲିଜ୍ କରିଛନ୍ତି। ପାଣିପାଗକୁ ମୁକାବିଲା ଲାଗି ସମସ୍ତ ପ୍ରସ୍ତୁତି ସହ ଜଳବାୟୁ ପ୍ରତି ସ୍ମାର୍ଟ ହେବ ଦେଶ। କେତେବେଳେ ବାତ୍ୟା, ବନ୍ୟା ତ କେତେବେଳେ ମରୁଡ଼ି। ପୁଣି କେତେବେଳେ ଭୂସ୍ଖଳନ, ବରଫପାତ, ବାଦଲଫଟା ବର୍ଷାର ପ୍ରକୋପ। ଏ ସବୁର ପୂର୍ବାନୁମାନ ସଠିକ୍ ଲଗାଇ କେମିତି ସବୁ ଚ୍ୟାଲେଞ୍ଜର ସଠିକୁ ମୁକାବିଲା କରାଯିବ, ସେ ଦିଗରେ ଭାରତ ଆଗେଇ ଚାଲିଛି।
ଏହି ଅବସରରେ ଭାରତ ମଣ୍ଡପମରେ ହୋଇଥିବା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ। ଜଳବାୟୁର ପରିବର୍ତ୍ତନରୁ ପ୍ରାକୃତିକ ବିପତ୍ତିକୁ ମୁକାବିଲା ଲାଗି କେମିତି ପ୍ରସ୍ତୁତ ହେବାକୁ ପଡ଼ିବ, ସମସ୍ତ ଚ୍ୟାଲେଞ୍ଜକୁ ପ୍ରତିହତ କରିବାକୁ ପଡ଼ିବ। ସେଥିଲାଗି ଆଇଏମଡି କେତେ ପ୍ରସ୍ତୁତ, ପ୍ରତିଷ୍ଠା ଦିବସରେ ସେ ପ୍ରତିବଦ୍ଧତା ଦେଖାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now