ଅରୁଣାଚଳ ପ୍ରଦେଶରେ ୩.୨ ତୀବ୍ରତାର ଭୂକମ୍ପ ଅନୁଭୂତ

Spread the love

ଇଟାନଗର : ଅରୁଣାଚଳ ପ୍ରଦେଶ ଇଷ୍ଟ କାମେଂଗ ଜିଲ୍ଲାରେ ସୋମବାର ସକାଳେ ଭାରତୀୟ ସମୟ ୮ଟା ୫୨ ମିନିଟ୍ ୪୬ ସେକେଣ୍ଡରେ ୩.୨ ତୀବ୍ରତାର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ପ୍ରଭାବ ଅରୁଣାଚଳ ପ୍ରଦେଶ ସହିତ ଆସାମର କିଛି ଭାଗରେ ଅନୁଭୂତ ହୋଇଛି ।

ଭାରତୀୟ ସିସ୍ମୋଲୋଜି କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଭୂମିର ୧୦ କି.ମି. ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା କୁହାଯାଇଛି । ଭୂକମ୍ପର ଏପିକ୍ ସେଂଟର ୨୭.୦୨ ଉତର ଆକ୍ଷାଂଶ ତଥା ୯୨.୮୪ ପୂର୍ବ ଦେଶାନ୍ତରରେ ରହିଛି । ତେବେ ଏଥିରେ କ୍ଷୟକ୍ଷତି ସମ୍ପର୍କିତ କୌଣସି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *