ପାଣିପାଗ ଓ ପରିବେଶ

ରାଜ୍ୟରେ ୧ ଜୁନ୍ ରୁ ୬ ଅଗଷ୍ଟ ସୁଦ୍ଧା ୬୩୯.୪ ମି.ମି. ବର୍ଷା ରେକର୍ଡ଼

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୬ ଅଗଷ୍ଟ ସୁଦ୍ଧା ୬୩୯.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ ସ୍ଵାଭାବିକ୍ ବର୍ଷା ୬୨୯.୩ ମି.ମି ରହିଥାଏ ।

ଏହି ଅବଧି ମଧ୍ୟରେ ୫ ଜିଲ୍ଲାରେ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ବଡ ଅତ୍ୟଧିକ, ୭ ଜିଲ୍ଲାରେ ଅତ୍ୟଧିକ ଏବଂ ଅନ୍ୟ ୧୭ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button