ଦିଲ୍ଲୀର ୨୨ଲକ୍ଷ ସ୍କୁଲପିଲା ଫୁସଫୁସ ରୋଗରେ ଆକ୍ରାନ୍ତ!

କେବଳ ଦିଲ୍ଲୀର ୨୨ଲକ୍ଷ ସ୍କୁଲ ପିଲା ଫୁସଫୁସ ରୋଗରେ ଆକ୍ରାନ୍ତ। ଦେଶରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ଲାଗି ସୁପ୍ରିମକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାରେ ଏଭଳି ପରିସଂଖ୍ୟାନ ଦର୍ଶାଯାଇଛି। ସତ ହୋଇଥିଲେ ସାଙ୍ଘାତିକ। ଲୁକେ କ୍ରିଷ୍ଟୋଫର କାଉଣ୍ଟିହୋ ଏହି ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଏର କରିଛନ୍ତି। କ୍ରିଷ୍ଟୋଫର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଚାମ୍ପିଅନ ଅଟନ୍ତି। ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ଏଣିକି ପବ୍ଲିକ ହେଲଥ ଏମର୍ଜେନ୍ସି ପାଲଟିଲାଣି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳୁଛି। ବଞ୍ଚିବାର ଅଧିକାରକୁ ଏହା କ୍ଷୁର୍ଣ୍ଣ କରୁଛି। ସମ୍ୱିଧାନର ଧାରା ୨୧ରେ ସୁସ୍ଥ ଜୀବନର ମୌଳିକ ଅଧିକାରକୁ ଏହା ବିପଦ ସୃଷ୍ଟି କରିଛି। ବାର୍ଷିକ ହାରାହାରି ପ୍ରଦୂଷଣ ଦେଖିଲେ, ଦିଲ୍ଲୀ, ମୁମ୍ୱାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଆଦି ପ୍ରମୁଖ ସହରରେ ପ୍ରଦୂଷଣର ମାତ୍ରା ଉଦବେଗଜନକ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୦୯ ଜାରି ହୋଇଥିବା ନାସନାଲ ଆମ୍ୱିଏଣ୍ଟ ଏୟାର କ୍ୱାଲିଟିର ଷ୍ଟାଣ୍ଡାର୍ଡରେ ଥିବା ମାତ୍ରାରୁ ଯଥେଷ୍ଟ ଅଧିକ। ପ୍ରଦୂଷଣକୁ ରୋକିବାରେ ବିଫଳତାରୁ ୧.୪ ବିଲିୟନ ନାଗରିକ ଦୈନିକ ବିଷାକ୍ତ ବାୟୁ ନେବାକୁ ବାଧ୍ୟ ହେଉଛନ୍ତି। ଆବେଦନକାରୀ ଏ କଥା ବି ଦର୍ଶାଇଛନ୍ତି ଯେ, ଏୟାର କ୍ୱାଲିଟି ମନିଟରିଂ ସିଷ୍ଟମ ବି ସେତିକି ନାହିଁ। ବିଶେଷଜ୍ଞ ଆକଳନ କରିଛନ୍ତି ଯେ, ଅତି କମରେ ୪ହଜାର ଷ୍ଟେସନ ରହିବା କଥା। ସହରରେ ୨୮ଶହ ଓ ଗ୍ରାମାଞ୍ଚଳରେ ୧୨ଶହ। ତା ସତ୍ତ୍ୱେ ଏନସିଏପି ଏହି ଟାର୍ଗେଟକୁ ପୂରଣ କରିବାରେ ଫେଲ୍ ମାରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *