ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା

Spread the love

ବାଲେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା। ଏନେଇ ପ୍ରଶାସନ ତଳିଆ ଅଞ୍ଚଳକୁ ସର୍ତକ କରାଇବା ସହ ସ୍ଥାନାନ୍ତର କରାଯିବା ଆରମ୍ଭ କରିଛି। ବର୍ତ୍ତମାନ ସ୍ଥିତିରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁ୍ଁ ଜଳସ୍ତର ବଢିବାରେ ଲାଗିଛି। ଯଦି ବନ୍ୟା ଆସେ ବାଲିଆପାଳ ବ୍ଲକର ୧୨ ଟି ପଞ୍ଚାୟତ ଏବଂ ଭୋଗରାଇ ବ୍ଲକର ୫ଟି ପଞ୍ଚାୟତ ଲୋକ ପ୍ରଭାହିତ ହେବେ।  ତେବେ ପ୍ରଶାସନ ତରଫରୁ ଡାକ ବାଜି ଯନ୍ତ୍ର ଦ୍ୱାରା ସତର୍କ ସୂଚନା ଦିଆଯାଇଛି। ସକାଳ ୧୦ ଟା ସୁଦ୍ଧା ରାଜଘଟ ଠାରେ ବିପଦ ସଂକେତ ୧୦.୩୬ ଥିବା ବେଳେ ୮.୪୩ ରେ ପ୍ରବାହିତ ହେଉଛି। ବନ୍ୟାକୁ ନଜରରେ ରଖି ୨ ଏନଡିଆରଫ୍ ,୨ଟି ଅଗ୍ନିସମ ବିଭାଗ ଟିମ ସଜାଗ ରହିଥିବା ସୂଚନା ଦେଛନ୍ତି ବାଲିଆପାଳ ତହସିଲଦାର ।

Leave a Reply

Your email address will not be published. Required fields are marked *