ଦିନ ସାଢେ ୨ ଟା ସୁଦ୍ଧା ସମ୍ବଲପୁର ସର୍ବାଧିକ ଉତପ୍ତ

Spread the love

ଭୁବନେଶ୍ୱର : ଅସହ୍ୟ ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ତ୍ରାହି ତ୍ରାହି ଡାକିଲେଣି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ । ଗତ କିଛି ଦିନ ଭଳି ଶନିବାର ମଧ୍ୟ ପଶ୍ଚିମ ଓଡିଶାରେ ନିଆଁ ବର୍ଷା ହେଉଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁର ସହରରେ ସର୍ବାଧିକ ୪୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦିନ ସାଢେ ୨ ଟା ସୁଦ୍ଧା ଝାରସୁଗୁଡାରେ ୪୨.୨ ଡ଼ିଗ୍ରୀ, ହୀରାକୁଦରେ ୪୧.୮ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୩୫ ଡ଼ିଗ୍ରୀ, ପୁରୀରେ ୩୪.୬ ଡ଼ିଗ୍ରୀ , ଗୋପାଳପୁରରେ ୩୪ ଡ଼ିଗ୍ରୀ , ପାରାଦୀପରେ ୩୩.୮ ଡ଼ିଗ୍ରୀ ଓ କେନ୍ଦୁଝରରେ ୨୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *