ପାଣିପାଗ ଓ ପରିବେଶ

ମେ ମାସରେ ପୁଣି ବାତ୍ୟା ! ପାଗରେ ହେବ ବଡ ପରିବର୍ତ୍ତନ !

ବଙ୍ଗୋପସାଗରରେ ଦାନ ବାନ୍ଧୁଛି ଆଉ ଏକ ଲଘୁଚାପ । ମେ ମାସରେ ପୁଣି ବାତ୍ୟା ! ପାଗରେ ହେବ ବଡ ପରିବର୍ତ୍ତନ ! ତାତି ରୁ ମିଳିବ ଆଶ୍ୱସ୍ତି ! ଆଇଏମଡି ର ସୂଚନା ଅନୁଯାୟୀ, ମେ ମାସରେ ତାପମାତ୍ରା ବୃଦ୍ଧି ପାଇଥାଏ । ଆଉ ତାପମାତ୍ରା ବୃଦ୍ଧି ଯୋଗୁଁ ସମୂଦ୍ର ତାପମାତ୍ରାକୁ ବୃଦ୍ଧି କରିଥାଏ । ଆଉ ତାମମାତ୍ରା ବୃଦ୍ଧି ଘର୍ଣ୍ଣି ବଳୟ ସୃଷ୍ଟି କରିବାରେ ଅନୁକୂଳ ବାତାବାରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ସାଧାରଣତଃ ସମୂଦ୍ରର ସ୍ୱଭାବିକ ତାପମାତ୍ରା ୨୬.୫ ଡିଗ୍ରୀ ରହିଛି । ହେଲେ ବର୍ତ୍ତମାନ ବଙ୍ଗୋପସାଗରରେ ତାପମାତ୍ରା ୩୨ ଡିଗ୍ରୀକୁ ବୃଦ୍ଧି ପାଇଛି ।  

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଙ୍ଗୋପସାଗରରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆସନ୍ତା ମେ ୪ ତାରିଖରେ ଓଡିଶା ଉପକୂଳରୁ ୧୩ ଶହ କିଲୋମିଟର ଦୂର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଆସନ୍ତା ମେ’୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଯଦିଓ ବତ୍ତମାନ ସୁଦ୍ଧା ଏହାର କୈଣସି ସ୍ୱଷ୍ଟ ଚିତ୍ର ଆସିପାରିନାହିଁ , ତେବେ ସମ୍ଭାବ୍ୟ ଲଘୁଚାପର ରୂପ, ଦିଗ ଓ ବେଗର ଉପରେ ସର୍ତକ ନଜର ରଖିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।  ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ଲଗାତାର ୪ ବର୍ଷ ହେବ ମେ ମାସରେ ବାତ୍ୟାର ରେକର୍ଡ କରିବ ।

ମେ ମାସରେ ଓଡିଶା ପାଇଁ ବାତ୍ୟା କିଛି ନୂଆ କଥା ନୁହେଁ । ଲଗାତାର ଗତ ତିନ ବର୍ଷ ଧରି ମେ ମାସରେ ଓଡିଶା ଦେଖିଛି ବାତ୍ୟା ର ତାଣ୍ଡବ । ୨୦୧୯ ମଇ ମାସରେ ବାତ୍ୟା ଫନୀ ପଶ୍ଚିମବଙ୍ଗରେ ସ୍ଥଳଭାଗ ଅତି କ୍ରମ କରିଥିଲେ ମଧ୍ୟ, ସମୁଦ୍ର ମଧ୍ୟରେ ଓଡ଼ିଶା ଅତିକ୍ରମ କରିବା ସମୟରେ ଉପକୂଳ ଜିଲ୍ଲାବାସୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ । ସେହିପରି ୨୦୨୦ ମେ’ରେ ଅମ୍ଫାନ ଆସିଥିଲା । କରୋନା ସାଙ୍ଗକୁ ବାତ୍ୟା ଯୋଗୁ ରାଜ୍ୟ ସରକାରଙ୍କୁ ବହୁ କସରତ କରିବାକୁ ପଡ଼ିଥିଲା ।  ୨୦୨୧ ମଇ ମେ ୨୬ ତାରିଖରେ ବାତ୍ୟା ୟସ ଓଡ଼ିଶାରେ ସ୍ଥଳଭାଗ ଛୁଇଁଥିଲା । ଏହା ପ୍ରଭାବରେ ଉତ୍ତର ଓଡ଼ିଶା ବାଲେଶ୍ୱରଠାରୁ ଜଗତସିଂହପୁର ପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଯଦିଓ ଏହି ବାତ୍ୟା ପବନର ବେଗ କମ୍‍ ଥିଲା, ମାତ୍ର ପ୍ରବଳ ବର୍ଷା ଓ ସମୁଦ୍ର ଲହଡ଼ି ମାଡ଼ି ଆସିବାରୁ ବ୍ୟାପକ ହାନୀ ଘଟାଇଥିଲା c ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର କେଉଁ ଅକଳନ କରୁଛି ଏବେ ତାହାରି ଉପରେ ସମସ୍ତଙ୍କ ନଜର ।

Related Articles

Leave a Reply

Your email address will not be published.

Back to top button