ବିଷ ବଳୟରେ ଦିଲ୍ଲୀ- ଗାଡ଼ି ଉପରେ ଏଣ୍ଟ୍ରି ବ୍ୟାନ୍

ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ। ବିଷାକ୍ତ ହୋଇଗଲାଣି ପବନ। ବିଷ ବଳୟରେ ପୁରା ଦିଲ୍ଲୀ। ନିଃଶ୍ୱାସପ୍ରଶ୍ୱାସ ନେବାକୁ ବି କଷ୍ଟ ଅନୁଭବ କରୁଛନ୍ତି ଲୋକେ। ଏହାକୁ ମୁବାକିଲା କରିବାକୁ ଆଜିଠୁ ପୁରୁଣା କମର୍ସିଆଲ ଗାଡ଼ିକୁ ଦିଲ୍ଲୀରେ ଏଣ୍ଟ୍ରି ଉପରେ ଲାଗିଛି ବ୍ୟାନ୍। କେବଳ ବିଏସ-୬ ଇଞ୍ଜିନ୍ ଚାଳିତ ଗାଡ଼ିକୁ ଏହି ବ୍ୟାନରୁ ବାଦ୍ ଦିଆଯାଇଛି। ଦିଲ୍ଲୀ ବାହାରେ ପଞ୍ଜୀକୃତ ଗାଡ଼ିକୁ ଦିଲ୍ଲୀରେ ପ୍ରବେଶ ବାରଣ କରାଯାଇଛି। ପ୍ରତି ଛକରେ ପୁଲିସ ଜଗିଛି। ସରକାର ଟ୍ରାନ୍ସପୋର୍ଟ ଇଣ୍ଡଷ୍ଟ୍ରିକୁ ଅଳ୍ପ ରିହାତି ଦେଇଛନ୍ତି। ବିଏସ-୪ ଇଞ୍ଜିନ୍ ଥିବା କମର୍ସିଆଲ ଗାଡ଼ିକୁ ଅକ୍ଟୋବର ୩୧, ୨୦୨୬ ଯାଏଁ ଅସ୍ଥାୟୀ ରୂପରେ ଅନୁମତି ଦିଆଯିବ। ବାୟୁ ଗୁଣାବତ୍ତା ପ୍ରବନ୍ଧନ ଆୟୋଗ ବା ସିଏକ୍ୟୁଏମ ଓ ଦିଲ୍ଲୀ ପରିବହନ ବିଭାଗ ମିଳିତ ନିର୍ଦେଶ ଜାରି କରିଛି। ଦିଲ୍ଲୀରେ କ୍ରମାଗତ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଏହି ଉପାୟ ଆପଣାଇବାକୁ ପଡ଼ିଲା ବୋଲି କହିଛି ପ୍ରଶାସନ। ଏଣିକି ବିଏସ-୬ ତଳକୁ ଯେମିତିକି ବିଏସ-୪ ବା ବିଏସ-୩ ଅନ୍ୟ ରାଜ୍ୟର ପଞ୍ଜୀକୃତ କମର୍ସିଆଲ ଗାଡ଼ି ଏଣ୍ଟ୍ରି ଉପରେ ପୁରା ପ୍ରତିବନ୍ଧକ ଲାଗିଛି। ଏଥିରେ ଲାଇଟ୍, ମିଡିୟମ ଓ ହେଭି ଭେଇକିଲ୍ ସାମିଲ। ଏହି ରୋକ୍ ପ୍ରଦୂଷଣର କାରଣ ସାଜିଥିବା ପୁରୁଣା ଗାଡ଼ିକୁ ସଡ଼କରୁ ହଟାଇବାକୁ ଏଭଳି ଠୋସ୍ ପଦକ୍ଷେପ ନିଆଯାଇଛି। ବିଏସ-୪ ପଞ୍ଜୀକୃତ ଗାଡ଼ିକୁ ଆଉ ବର୍ଷେ ଅବଧି ବଢ଼ାଯାଇଛି। ଏବେ ଦିଲ୍ଲୀରେ ଥିବା ଭୟଙ୍କର ପ୍ରଦୂଷଣକୁ ସଂକ୍ରମଣର ସମୟ ବୋଲି କୁହାଯାଉଛି। ସିଏନଜି, ଏଲଏନଜି ଓ ଇଲେକଟ୍ରିକ କମର୍ସିଆଲ ଗାଡ଼ିକୁ ଏଣ୍ଟ୍ରି ବ୍ୟାନରୁ ବାଦ୍ ଦିଆଯାଇଛି। ଏଭଳି ରୋକ୍ ଲଗାଇ ସ୍ୱଛ ଇନ୍ଧନ ଓ ପ୍ରଦୂଷଣ ରୋକିବାକୁ ସହାୟକ ସାଜିବ। ଏହା ବ୍ୟତୀତ କମର୍ସିଆଲ ପାସେଞ୍ଜର ଯେମିତି ଟାକ୍ସି, ଓଲା-ଉବର ଭଳି ଗାଡ଼ିରେ କୌଣସି ରୋକ୍ ଲଗାଯାଇନି। ଦିଲ୍ଲୀରେ ଅକ୍ଟୋବରର ଅନ୍ତିମ ସପ୍ତାହରେ ବାୟୁ ପ୍ରଦୂଷଣର ଗୁଣାବତ୍ତା ଲଗାତାର ଖସିବାରେ ଲାଗିଛି। ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନେକ ଅଞ୍ଚଳରେ ୪ଶହରୁ ୯ଶହ ଭିତରେ ରେକର୍ଡ କରାଯାଇଛି। ଯାହାକି ଗମ୍ଭୀର ଓ ଅତ୍ୟନ୍ତ ବିପଜ୍ଜନକ ଶ୍ରେଣୀରେ ଆସୁଛି। ସର୍ବାଧିକ ପ୍ରଦୂଷିତ ଅଞ୍ଚଳରେ ଆନନ୍ଦବିହାର, ଚାନ୍ଦିନୀଚୌକ, ଅଶୋକ ବିହାର ଓ ଆଇଟିଓ ସାମିଲ୍ ରହିଛି। ଏମିତିରେ ସିଓକ୍ୟୁଏମରେ ଗ୍ରାପ୍ ବା ଗ୍ରେଡେଡ୍ ରେସପୋନ୍ସ ଆକ୍ସନ ପ୍ଲାନ ଅନୁସାରେ ଏହି କଡ଼ା ପଦକ୍ଷେପ ଉଠାଯାଇଛି। ଗାଡ଼ି ଚଳାଚଳରୁ ଉପୁଜୁଥିବା ପ୍ରଦୂଷଣରୁ ରାଜଧାନୀର ବାୟୁ ପ୍ରଦୂଷଣ ୩୮ ପ୍ରତିଶତ ଆସିଛି। ସିପିଏସବି ଅନୁସାରେ ଆଜି ପୋର୍ କ୍ୟାଟାଗୋରୀକୁ ଖସିଆସିଛି ଦିଲ୍ଲୀ। ଏମ୍ସ ଓ ଚାରିପାଖରେ ଏକ୍ୟୁଆଇ ୨୯୧ ରେକର୍ଡ ରହିଛି। ଲୋଧି ରୋଡରେ ବାୟୁ ସୂଚକାଙ୍କ ୧୮୪, ଇନ୍ଦିରାଗାନ୍ଧୀ ଇଣ୍ଟରନାସନାଲ ବିମାନ ବନ୍ଦରରେ ବାୟୁ ସୂଚକାଙ୍କ ୧୮୮ ରେକର୍ଡ କରାଯାଇଛି। ଟ୍ରାନ୍ସପୋର୍ଟ ଆସୋସିଏସନ ଅନୁସାରେ, ଦିଲ୍ଲୀରେ ଦୈନିକ ପ୍ରାୟ ୬୦ହଜାର କମର୍ସିଆଲ ଗାଡ଼ି ସହରକୁ ମାଲ୍ ପରିବହନ କରିଥାଆନ୍ତି। ଏଥିରୁ ପ୍ରାୟ ୩୫ ପ୍ରତିଶତ ଏବେ ବି ବିଏସ-୪ ମାନକ ଗାଡ଼ି ଅଟେ। କିଛି ଦିନ ତଳେ ପ୍ରଦୂଷଣ ବଳୟରେ ଥିବା ଦିଲ୍ଲୀରେ କୃତ୍ରିମ ବର୍ଷା ପାଇଁ ଉଦ୍ୟମ କରାଯାଇଥିଲା। କ୍ଲାଉଡ୍ ସିଡିଂ ଜରିଆରେ ଉତ୍ତର ଦିଲ୍ଲୀ ଓ ଦିଲ୍ଲୀ ବାହାରେ ପାଇଲଟ ପ୍ରକଳ୍ପ ଭାବରେ କରାଯାଇଥିଲା। ଦିପାବଳୀ ପରେ ଦିଲ୍ଲୀରେ ବଢ଼ିଥିବା ବାୟୁ ପ୍ରଦୂଷଣରୁ ଦିଲ୍ଲୀ ବାସିନ୍ଦାଙ୍କୁ ରକ୍ଷା କରିବାକୁ ସରକାର କୃତ୍ରିମ ବର୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ପ୍ରଭାବରେ ୧୫ ମିନିଟରୁ ୪ ଘଣ୍ଟା ଭିତରେ କେବେ ବି ବର୍ଷା ହେବ ବୋଲି କହିଥିଲେ ସରକାର। ସେସନା ପ୍ଲେନ୍ ଜରିଆରେ ବାଦଲରେ ପାୟୋରୋ ଜ୍ଞାନକୌଶଳରେ ସିଡିଂ କରାଯାଏ। କ୍ଲାଉଡ୍‌ ସିଡିଂର ଅର୍ଥ ଏହା କୃତ୍ରିମ ବର୍ଷା। ଯାହାକି ସୀମିତ ସମୟ ପାଇଁ ହେବ। ଏୟାରକ୍ରାଫ୍ଟ ଜରିଆରେ ବାଦଲରେ କିଛି କେମିକାଲ ପକାଯିବ। ଆଉ କେମିକାଲ ପାଣିର ବୁନ୍ଦାରେ ପରିଣତ ହୁଏ। ଯାହା କାରଣରୁ ବର୍ଷା ହେବ। ଦିଲ୍ଲୀରେ କ୍ଲାଉଡ୍‌ ସିଡିଂର ୫ଟି ଟ୍ରାଏଲ ପାଇଁ ୩କୋଟି ୨୧ଲକ୍ଷ ଟଙ୍କା ସରକାର ମଞ୍ଜୁର କରିଛନ୍ତି। କିନ୍ତୁ ଦିଲ୍ଲୀରେ କ୍ଲାଉଡ୍ ସିଡିଂ ଜରିଆରେ କୃତ୍ରିମ ବର୍ଷା ଉଦ୍ୟମ ଫେଲ୍ ମାରିଗଲା। ୩ଟି ଟ୍ରାଏଲ, କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ପରେ ବି ରେଜଲ୍ଟ ଜିରୋ ଆସିଲା। ଅକ୍ଟୋବର ୨୩ରେ ଥରେ, ଅକ୍ଟୋବର ୨୮ରେ ଦୁଇଟି ଟ୍ରାଏଲ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *