ଆଜିବି ଜଳୁଛି ପଶ୍ଚିମ ଓଡିଶା, ଉପକୂଳରେ ଆଶ୍ୱସ୍ତି

Spread the love

ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ମଙ୍ଗଳବାର ଦିନ ରାଜ୍ୟର ଉପକୂଳ ଜିଲ୍ଲାଗୁଡିକରେ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ତାପମାତ୍ରା ଖସିଛି । ଅନ୍ୟପକ୍ଷରେ ପଶ୍ଚିମ ଓଡିଶାରେ ପୂର୍ବଭଳି ତାତି ଜାରି ରହିଛି ।

ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି

ଝାରସୁଗୁଡାରେ ୪୩.୪ ଡ଼ିଗ୍ରୀ , ହୀରାକୁଦରେ ୪୨.୪ ଡ଼ିଗ୍ରୀ , ବାଲେଶ୍ୱରରେ ୩୯ ଡ଼ିଗ୍ରୀ , କେନ୍ଦୁଝରରେ ୩୮.୨ ଡ଼ିଗ୍ରୀ , ଚାନ୍ଦବାଲିରେ ୩୫ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୩.୨ ଡ଼ିଗ୍ରୀ , ପାରାଦୀପରେ ୩୧.୮ ଡ଼ିଗ୍ରୀ , ଗୋପାଳପୁରରେ ୩୧.୬ ଡ଼ିଗ୍ରୀ ଓ ପୁରୀରେ ୩୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *