ରଜରେ ଗୁଳୁଗୁଳି ସହ ତାତି

Spread the love

ଭୁବନେଶ୍ଵର  : ରଜରେ ଗୁଳୁଗୁଳି ସହ ତାତି ଅନୁଭୂତ ହେବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବାରୁ ଚଳିତ ବର୍ଷ ୧୪ ରୁ ୧୬ ଜୁନ ରଜପର୍ବରେ ଜାରି ରହିବ ଗ୍ରୀଷ୍ମପ୍ରବାହ ଏବଂ ଗୁଳୁଗୁଳି । ଏଭଳି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଯଦିଓ ଏହି ଗରମ ଏବଂ ଗୁଳୁଗୁଳି ସହନୀୟ କିନ୍ତୁ, ଛୋଟ ପିଲା, ବୟସ୍କ ବ୍ୟକ୍ତି ତଥା ରୋଗୀଶ୍ରେଣୀୟ ଲୋକ ମାନଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ । ତେଣୁ ସିଧାସଳଖ ଖରାରୁ ଦୂରେଇ ରହିବା ସହ ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରନ୍ତୁ ଏବଂ ରହୁଥିବା ସ୍ଥାନକୁ ଶୀତଳ ରଖନ୍ତୁ ।

ସେହିପରି ଖରାଟିଆ ଚାଷ କରିଥିବା ଚାଷୀଭାଇମାନେ ନିଜ ଜମିରେ ଜଳସେଚନ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ଗୃହପାଳିତ ପଶୁ ଏବଂ ପକ୍ଷୀମାନଙ୍କ ନିରାପଦ ସ୍ଥାନରେ ସୁରକ୍ଷିତ କରିବା ସହ ସିଧାସଳଖ ଖରାରୁ ଦୂରେଇ ରଖିବାକୁ ସୂଚନା ଜାରି ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *