ଆହୁରି ୩ ଦିନ ଯାଏଁ କଲବଲ କରିବ ତାତି

Spread the love

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ତେବେ ପରବର୍ତୀ ୨ ଦିନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବା ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅପରପକ୍ଷରେ ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ୪୪ ଡିଗ୍ରୀ ଖରାରେ ସିଝିଛି ଭୁବନେଶ୍ୱର ।

ଶନିବାର ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୫ ଡ଼ିଗ୍ରୀ , ଝାରସୁଗୁଡାରେ ୪୪.୪ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୪ ଡ଼ିଗ୍ରୀ , ହୀରାକୁଦରେ ୪୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ ୩୬.୨ ଡ଼ିଗ୍ରୀ , ଗୋପାଳପୁରରେ ୩୫ ଡ଼ିଗ୍ରୀ, ପାରାଦୀପରେ ୩୪.୨ ଡ଼ିଗ୍ରୀ , ପୁରୀରେ ୩୪ ଡ଼ିଗ୍ରୀ , ବାଲେଶ୍ୱରରେ ୩୩.୪ ଡ଼ିଗ୍ରୀ ଓ କେନ୍ଦୁଝରରେ ୩୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *