ଅଷ୍ଟ୍ରେଲିଆରେ କ୍ରାସ ହେଲା ସାମୁଦ୍ରିକ ବିମାନ। ଏହି ଦୁର୍ଘଟଣାରେ ୩ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକ ପର୍ଯ୍ୟଟକ ହେଲେ ସ୍ୱିସ ଏବଂ ଡେନିସର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ,ମୃତକଙ୍କ ମଧ୍ୟରେ ୬୫ ବର୍ଷୀୟ ସ୍ୱିସ ବୃଦ୍ଧା, ୬୦ ବର୍ଷୀୟ ଡେନିସ ବୃଦ୍ଧ ଏବଂ ୩୪ ବର୍ଷୀୟ ପାଇଲଟ ଥିଲେ। ମଙ୍ଗଳବାର ଅପରାହ୍ନ ସମୟରେ ରୋଟନେଷ୍ଟ ଦ୍ୱୀପରୁ ଟେକ ଅଫ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଏହି ବିମାନଟି ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥରେ ଥିବା ମୁଖ୍ୟାଳୟକୁ ଫେରୁଥିବା ସ୍ୱାନ ସମୁଦ୍ରରେ ଥିଲା। ଯାହା ରୋଟନେଷ୍ଟ ଦ୍ୱୀପ ରୁ ୩୦ କିଲୋମିଟର ପୂର୍ବରେ ଅବସ୍ଥିତ। ଯାହା ବାଜେମୁପ ନାମରେ ଜଣାଶୁଣା। ତେବେ ଏହି ଦୁର୍ଘଟଣା କିପରି ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡିନାହିଁ।
ଅଷ୍ଟ୍ରେଲିଆର ପର୍ଯ୍ୟଟନ ଦ୍ୱୀପ ରୋଟନେଷ୍ଟରୁ ଯାତ୍ରା କରୁଥିବା ବେଳେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ସେସନା ୨୦୮ କାରଭାନରେ ଥିବା ୭ଜଣଙ୍କ ମଧ୍ୟରୁ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ସେପଟେ ଉଦ୍ଧାର ହୋଇଥିବା ୩ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now