ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିନି ପ୍ରଶାସନ

ବାଙ୍କୀ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ଜଳବନ୍ଦୀରେ ଲୋକମାନେ। ତଳିଆ ଅଞ୍ଚଳର ଲୋକମାନେ ନିଜ ଜୀବନ ବଞ୍ଚେଇବାକୁ ଯାଇ ଉପର ଅଞ୍ଚଳର ବିଭିନ୍ନ ସ୍ଥାନରେ ରହିଛନ୍ତି। ମହାନଦୀର ବନ୍ୟା ପ୍ରବାହରେ ଜଳ ବନ୍ଦୀ ଘେରରେ ରହିଥିବା ବନ୍ୟା ବିପନ୍ନଙ୍କ ନିକଟରେ ଏଯାଏଁ ପହଞ୍ଚି ପାରିଲାନି ପ୍ରଶାସନ। ସାତ ଦିନ ହେଲା ବାସ ଗୃହ ଛାଡି ସ୍କୁଲ ଘରେ ଦିନ କାଟୁଛନ୍ତି ବାଙ୍କୀ ଡମପଡା ବ୍ଲକ ୧୬ ନମ୍ବର ୱାର୍ଡ ପାଟପୁର ଗ୍ରାମର  ତିନଟି ପରିବାରର ୧୫ ରୁ ଉର୍ଦ୍ଧ ସଦସ୍ୟ । ବନ୍ୟାକୁ ୭ଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ପହଞ୍ଚି ପାରିଲାନାହିଁ ବନ୍ୟା ବିପନ୍ନ ପାଖରେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *