ଅଷ୍ଟପ୍ରହରୀ ଭୋଜି ଖାଇ 100ରୁ ଅଧିକ ଅସୁସ୍ଥ

Spread the love

କଟକ: ଅଷ୍ଟପ୍ରହରୀ ଭୋଜି ଖାଇ ଅସୁସ୍ଥ ହେଲେ 100ରୁ ଅଧିକ ଲୋକେ । ଘଟଣାଟି ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଦରିଆଗାଁରେ । ଗ୍ରାମର ଭାଗବତ ଟୁଙ୍ଗିରେ ଅଷ୍ଟପ୍ରହରୀ ପାଇଁ ଭୋଜି ଆୟୋଜିତ ହୋଇଥିଲାବେଳେ ଭୋଜି ଖାଇ ଶହେରୁ ଅଧିକ ଲୋକେ ଲୋକେ ଝାଡା, ବାନ୍ତି, ଏବଂ ଜ୍ଜରରେ ପଡିଛନ୍ତି । । ଅସୁସ୍ଥମାନଙ୍କୁ ସାଲେପୁର, ମହାଙ୍ଗା, ଏବଂ ନିଶ୍ଚିତ କୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଶୁକ୍ରବାର ଦିନ ଭୋଜି ଆୟୋଜିନ ସମୟରେ ଝଡ ତୋଫାନ ହୋଇଥିଲା  ଏବଂ ଏହି ଝଡ ତୋଫାନରେ ଭୋଜିରେ କିଛି ବିଷାକ୍ତ ଦ୍ରବ୍ୟ ମିଶିଯାଇଥିବା କଥା ଅନୁମାନ କରାଯାଉଛି । ପରେ ଏଠାରେ ସାଲେପୁର ଓ ମାହାଙ୍ଗାର ଦୁଇ ମେଡିକାଲ ଟିମ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି ।  

Leave a Reply

Your email address will not be published. Required fields are marked *