ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ ସର୍ବାଧିକ ୧୯୫.୪ ମି.ମି. ବର୍ଷା ରେକର୍ଡ଼

Spread the love

ଭୁବନେଶ୍ଵର : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ ସର୍ବାଧିକ ୧୯୫.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ପାନପୋଷରେ ୧୮୫.୬ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ୧୭୫.୦, ସୁନ୍ଦରଗଡ଼ ଜିଲ୍ଲାର ମନ୍ଦିର ଡ୍ୟାମ୍ ୧୬୭.୬, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ୧୫୭.୩, ସୁନ୍ଦରଗଡ଼ ଜିଲ୍ଲାର ବାରାଗାଁରେ ୧୫୪.୬, ସୋନପୁର ଜିଲ୍ଲାର ବିନିକାରେ ୧୩୯.୦, ମୟୂରଭଞ୍ଜ ଜିଲ୍ଲାର ନୱାନାରେ ୧୨୬.୬, ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ାରେ ୧୨୨.୮, ଗଞ୍ଜାମ ଜିଲ୍ଲାର ଧରାକୋଟରେ ୧୨୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡାରେ ୧୧୦.୦ ମି.ମି., ସୋନପୁର ଜିଲ୍ଲାରେ ବୀରମହାରାଜପୁରରେ ୧୦୪.୫ ମି.ମି., କଟକ ଜିଲ୍ଲାର ନରସିଂହପୁରରେ ୧୦୨.୦, ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ୯୯.୬, କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁର ୯୯.୦ ଏବଂ ଝାରସୁଗୁଡ଼ା ଜିଲ୍ଲାର କିରମରାରେ ୯୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *