ଜୁନ ୪ରେ କେରଳ ଛୁଇଁପାରେ ମୌସୁମି ବାୟୁ

Spread the love

ଭୁବନେଶ୍ୱର :   ପାଣିପାଗ ବିଭାଗର ପୂର୍ବାନୁମାନ ସୂଚନା ଅନୁସାରେ ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ଅର୍ଥାତ୍‌ ଜୁନ୍ ୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ  ବାୟୁ ଶୀଘ୍ର କେରଳ ଛୁଇଁବ । ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍‌ରେ ସୂଚନା ଦିଆଯାଇଛି  । ଜୁନ୍ ୧ ବଦଳରେ ସାମାନ୍ୟ ବିଳମ୍ବରେ ତଥା ୪ରେ କେରଳ ଛୁଇଁବ ମୌସୁମୀ ବାୟୁ । 

କେରଳ ଛୁଇଁବାର ଏକ ସପ୍ତାହ ପରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ । ଫଳରେ ମୌସୁମୀ ଜୁନ୍‌ ୧୩ ତାରିଖ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି । ଚାଷୀମାନେ ଅଖିମୁଠି ଅନୁକୂଳ କରି ବର୍ଷାକୁ ଅପେକ୍ଷା କରି ରହିଛନ୍ତି । ପ୍ରାକ୍‌ ମୌସୁମୀ ବର୍ଷା ହେଲେ ଧାନବୁଣା ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ ବର୍ଷା ହୋଇ ନ ଥିବାରୁ ବିହନ ଅନୁକୂଳ ହୋଇ ନାହିଁ ।

ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ ଅନୁଯାୟୀ  ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ।

Leave a Reply

Your email address will not be published. Required fields are marked *