ବିଶ୍ବ ବନ୍ୟପ୍ରାଣୀ ଦିବସରେ ଗିର୍ ଅଭୟାରଣ୍ୟରେ ମୋଦି

ବିଶ୍ବ ବନ୍ୟପ୍ରାଣୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ଗସ୍ତରେ ରହିଛନ୍ତି । ଗିର୍ ଅଭୟାରଣ୍ୟର ମୁଖ୍ୟାଳୟ ଶାଶଣ ଗିରରେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ବନ୍ୟଜୀବ ବୋର୍ଡ (NBWL) ର ସପ୍ତମ ବୈଠକର ଅଧ୍ୟକ୍ଷତା କରିବେ ।ଏହି ଗସ୍ତରେ ମୋଦି ଗୁଜରାଟର ଜୁନାଗଡ଼ ଜିଲ୍ଲାର ଗିର ଅଭୟାରଣ୍ୟରେ ବୁଲୁଛନ୍ତି ମୋଦି । ହାତରେ କ୍ୟାମେରା ଧରି ସିଂହ ସଫାରୀର ମଜା ନେଇଛନ୍ତି । ହାତରେ କ୍ୟାମେରା, ମୁଣ୍ଡରେ ଟୋପି । ପ୍ରଧାନମନ୍ତ୍ରୀଙ୍କ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଅନ୍ଦାଜରେ ନଜର ଆସିଛନ୍ତି ।ସୋସିଆଲ ମିଡିଆ X ରେ ପୋଷ୍ଟ ଜୈବ ବିବଧତାକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ସୁରକ୍ଷା ଦେବା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି । ପ୍ରତ୍ୟେକ ପ୍ରାଣୀର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା କହିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ଗିର ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଙ୍ଗଲ ଏବଂ ସେଠାରେ ରହୁଥିବା ଦୁଲର୍ଭ ବନ୍ୟଜୀବଙ୍କୁ ନିକଟରୁ ଦେଖିଛନ୍ତି । ମୋଦି ଗିରି ବନ୍ୟଜନ୍ତୁ ଅଭୟାରଣ୍ୟରେ ଫଟୋ ଉଠାଇଛନ୍ତି । ମୋଦିଙ୍କ ଫଟୋରେ ସିଂହ, ବାଘ ଇତ୍ୟାଦିଙ୍କ ଫଟୋ ଦେଖିବାକୁ ମିଳିଛି । ତେବେ ମୋଦିଙ୍କ ସହିତ ଏହି ଗସ୍ତ ସମୟରେ କିଛି ମନ୍ତ୍ରୀ ଏବଂ ବନ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *