ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା

Spread the love

ଭୁବନେଶ୍ଵର : ଗତ ଦୁଇଦିନ ତୁଳନାରେ ରାଜ୍ୟକୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତର-ପଶ୍ଚିମ ଦିଗରୁ ଶୁଷ୍କ ଉତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

ଏଣୁ ଖରାରେ ବାହାରକୁ ବାହାରୁଥିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ତଥା ଶୋଷ ଲାଗୁନଥିଲେ ବି ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଗ୍ରହଣ କରନ୍ତୁ ବୋଲି ଜନସାଧାରଣଙ୍କୁ ସଚେତନ କରାଯାଇଛି ।

Leave a Reply

Your email address will not be published. Required fields are marked *