୪୦ ଉପରେ ୧୮ ସହରର ତାପମାତ୍ରା

Spread the love

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଂଚଳରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ମଙ୍ଗଳବାର ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୌଦ୍ଧରେ  ମଙ୍ଗଳବାର ସର୍ବାଧିକ ୪୨.୫ ଡିଗ୍ରୀ ରେକର୍ଡ ହୋଇଛି ।

ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ତଳକୁ ରହିଛି ଝାରସୁଗୁଡ଼ା । ଝାରସୁଗୁଡ଼ାରେ ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗୀର ୪୧.୭ ଓ ତାଳଚେର ୪୧.୬ ଡିଗ୍ରୀ ତାପମାତ୍ରା , ସମ୍ବଲପୁର, ରାଉରକେଲାରେ ତାପମାତ୍ରା ୪୧.୪ , ସୁନ୍ଦରଗଡ଼ ଓ ଅନୁଗୁଳରେ ୪୧.୧ ଡିଗ୍ରୀ , କେନ୍ଦ୍ରାପଡ଼ାରେ ୪୧, ସୋନପୁରରେ ୪୦.୯, ହୀରାକୁଦରେ ୪୦.୬, ଟିଟିଲାଗଡ଼ରେ ୪୦.୫, ନୟାଗଡ଼ରେ ୪୦.୩, ବାରିପଦାରେ ୪୦.୨, ଚାନ୍ଦବାଲିରେ ୪୦.୧, କଟକ, ଜଗତସିଂହପୁର ଓ ନୂଆପଡାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ୩୮.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *