ବିପଦ ସଙ୍କେତ ଉପରେ ବୈତରଣୀ

Spread the love

ଭଦ୍ରକ: ଉପର ମୁଣ୍ଡର ବର୍ଷା ପାଇଁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର।  ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ 17.83 ମିଟର ରହିଥିବା ବେଳେ ସକାଳ 7 ସୁଦ୍ଧା ଜଳସ୍ତର 18.85 ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ସାଳନ୍ଦୀ ନଦୀ ରେ ମଧ୍ୟ ଜଳସ୍ତର ବଢିଛି। ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ଆଦି ନଦୀର ଜଳସ୍ତର ବଢିଛି ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ, ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବ।  ତେବେ ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ ନିଷ୍କାସିତ ହୋଇନଥିବା ବେଳେ ଏବେ ପୁଣି ବୈତରଣୀରେ ବନ୍ୟା ସଙ୍ଗିନ ପରିସ୍ଥିତି ସୃଷ୍ଟି କରିଛି। ତେବେ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦେଖି ଦୁଇଟି ଓଡ୍ରାଫ ଟିମ୍, ଦୁଇଟି ଏଣ୍ଡିଆରଏଫ ଟିମ୍ ଓ 8 ଟି ଅଗ୍ନିଶମ ବାହିନୀ ମୃତୟନ ଥିବା ବେଳେ ରେଶକ୍ୟୁ ଟିମକୁ ଭଦ୍ରକ ପଠାଯାଇଛି।

Leave a Reply

Your email address will not be published. Required fields are marked *