ଗର୍ଭପାତ ନିଷ୍ପତ୍ତି ଅଧିକାର ମହିଳାଙ୍କର

Spread the love

ମୁମ୍ବାଇ: ଗର୍ଭ ଧାରଣ କରିବାର ଅଛି କି ନାହିଁ ଏହାର ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ମହିଳାଙ୍କର। ମହିଳା ଚାହିଁଲେ ନିଜ ଗର୍ଭ ବଜାୟ ରଖି ପାରନ୍ତି ନୋହିଲେ ଗର୍ଭପାତ କରି ପାରନ୍ତି। ଏକ ଗର୍ଭପାତ ଯାଚିକା ଉପରେ ଶୁଣାଣି କାଳରେ ଏପରି କହିଛନ୍ତି ବମ୍ବେ ହାଇକୋର୍ଟ। ଜଣେ ମହିଳାଙ୍କ ଗର୍ଭରେ ଥିବା ଭ୍ରୁଣରେ ଅସାମାନ୍ୟତା ଜଣାପଡିବା ପରେ ଗର୍ଭପାତ ବମ୍ବେ ହାଇକୋର୍ଟଙ୍କଠାରୁ ଅନୁମତି ମାଗିଥିଲେ ମହିଳା।

ଜଷ୍ଟିସ ଗୌତମ ପଟେଲ ଓ ଜଷ୍ଟିସ ଏସ ଜି ଡିଗେଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ମେଡିକାଳ ବୋର୍ଡର ବିଚାରକୁ ଖାରଜ କରି ଦେଇଥିଲେ। ଖଣ୍ଡପୀଠ କହିଥିଲେ, ଅବଶ୍ୟ ଭ୍ରୁଣରେ ଗମ୍ଭୀର ଅସାମାନ୍ୟତା ରହିଛି, ହେଲେ ତାକୁ ନଷ୍ଟ କରିବା ଠିକ ନୁହେଁ। କାରଣ ଗର୍ଭାବସ୍ଥା ଅନ୍ତିମ ଚରଣରେ ପହଞ୍ଚିଲାଣି। ଗମ୍ଭୀର ଭ୍ରୁଣ ଅସାମାନ୍ୟତାକୁ ଦେଖି ଗର୍ଭାବସ୍ଥାର ଅବଧିର କୌଣସି ଗୁରୁତ୍ବ ନାହିଁ। ଯାଚିକାକର୍ତ୍ତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସହଜ ନୁହେଁ। କିନ୍ତୁ ନିଷ୍ପତ୍ତି ତାଙ୍କର ଓ ତାଙ୍କୁ ହିଁ ଏକା ଏହି ନିଷ୍ପତ୍ତି ନେବାକୁ ହେବ। ଏହି ଅଧିକାର ମହିଳାଙ୍କର, ମେଡିକାଲ ବୋର୍ଡର ନୁହେଁ।

ମହିଳାଙ୍‌କ ସୋନୋଗ୍ରାଫିରୁ ଗର୍ଭରେ ଥିବା ଶିଶୁ ଶାରୀରିକ ଓ ମାନସିକ ରୂପେ ଅକ୍ଷମ ଥିବା ଜଣାପଡିଥିଲା। ଏହା ଜାଣିବା ପରେ ମହିଳା ଗର୍ଭପାତ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ଏହାକୁ ମାନିନ ଥିଲେ। କାରଣ ଗର୍ଭାବସ୍ଥା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହାକୁ ନେଇ ମହିଳା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *