ତୁରନ୍ତ ଏମସିଡି ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମର ମେୟର ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟିକୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି। ମେୟର ନିର୍ବାଚନରେ ରାଜ୍ୟପାଳଙ୍କ ଦ୍ବାରା ମନୋନୀତି ୧୦ ପାରିଷଦ ଭୋଟ ଦେଇ ପାରିବେ ନାହିଁ। ଏମସିଡି ଓ ଏଲଜିଙ୍କ ଦଲିଲକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏଥିସହ ମେୟର ନିର୍ବାଚନ ଉପରେ ପ୍ରଥମ ମିଟିଂ ପାଇଁ ୨୪ ଘଣ୍ଟା ଭିତରେ ନୋଟିସ ଜାରି କରିବା ସହ ନୋଟିସରେ ମେୟର  ଓ ଅନ୍ୟ ନିର୍ବାଚନର ତାରିଖ ଘୋଷଣା କରିବାକୁ କୁହାଯାଇଛି।

ଏମସିଡି ମେୟର ଓ ଡେପୁଟି ମେୟର ନିର୍ବାଚନରେ ମନୋନୀତି ସଦସ୍ୟ ଭୋଟ ଦେବାକୁ ଅନୁମତି ଦେବାକୁ ଏଲଜିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆପ  ନେତା ଡା ଶୈଳି ଓବେରା ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲା। ଏମସିଡି ନିର୍ବାଚନରେ ହେଉଥିବା ବିଳମ୍ବକୁ ନେଇ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି କି, ଦେଶର ରାଜଧାନୀରେ ଏପରି ହେବା ଠିକ ଲାଗୁନି।

କୋର୍ଟ ଏହା ଉପରେ କହିଛନ୍ତି କି, ସମ୍ବିଧାନର ଧାରା ୨୪୩ଆର ଅନୁଯାୟୀ, ମନୋନୀତି ପରିଷଦ ଭୋଟ ଦେଇ ପାରିବେ ନାହିଁ। ନିର୍ବାଚନ ଶୀଘ୍ର ହେବା ଉଚିତ ହେବ। ପ୍ରଥମେ ମେୟର ନିର୍ବାଚନ ହେବ, ତା ପରେ ଡେପୁଟି ମେୟର ଓ ଷ୍ଟାଣ୍ଡିଂ କାଉନସିଲର ହେବ।

ଏମସିଡି ନିର୍ବାଚନ ଉପରେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଖୁସି ବ୍ୟକ୍ତ କରି ଟ୍ବିଟ କରିଛନ୍ତି। କେଜରିୱାଲ ଲେଖିଛନ୍ତି କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଜନତନ୍ତ୍ରର ବିଜୟ। ସୁପ୍ରିମକୋର୍ଟଙ୍କୁ ଅନେକ ଅନେକ ଧନ୍ୟବାଦ। ଅଢେଇ ମାସ ପରେ ଦିଲ୍ଲୀକୁ ମେୟର ମିଳିବ। ସେ ଆହୁରି ଲେଖିଛନ୍ତି କି,, ଏଥିରୁ ପ୍ରମାଣିତ ହେଉଛି, ଏଲଜି ଓ ବିଜେପି କିପରି ମିଳିମିଶି ଦିଲ୍ଲୀରେ ଆଇନବିରୋଧୀ ଓ ଅସମ୍ବିଧାନିକ ଆଦେଶ ପାରି କରୁଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଏମସିଡି ମେୟର ନିର୍ବାଚନ ପାଇଁ ତିନି ଥର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆପ ଓ ବିଜେପି ମଧ୍ୟରେ ହଙ୍ଗାମାକୁ ନେଇ ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *