ଚିଟ ଫଣ୍ଡ ଠକେଇ: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

Spread the love

ଭୁବନେଶ୍ବର: ଚିଟଫଣ୍ଡ ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ। ନିବେଶକଙ୍କ ଟଙ୍କା ଫେରାଇବାକୁ ରାଜ୍ୟ ସରକାର ଓ ତଦନ୍ତକାରୀ ସଂସ୍ଥା କଣ କରିଛି ତାହା ପଚାରିଛନ୍ତି କୋର୍ଟ। ଜଷ୍ଟିସ ଏମଆର ସାହା ଓ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି।

ଓଡିଶା ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଛି। ୪୪ଟି କମ୍ପାନୀ ଉପରେ  ୨୦୧୪ରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତଭାର ଦେଇଥିଲେ। କିନ୍ତୁ ଏହାକୁ  ୮ ବର୍ଷ ବିତି ଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟରେ ସିବିଆଇ ତାର ରିପୋର୍ଟ କରିନଥିବାକୁ ନେଇ ପିଟିସନ ଦାଖଲ ହୋଇଛି।

ପିଟିସନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି କି, ମାମଲାକୁ ୯ ବର୍ଷ ହେଲାଣି। କିନ୍ତୁ ନା କାହାରି ସମ୍ପତ୍ତି ବାଜ୍ୟାପ୍ତି ହୋଇଛି, ନା ଅର୍ଥ ଲଗାଣକାରୀ ଅର୍ଥ ଫେରସ୍ତ ପାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃଷ୍ଠାର ଯାଚିକା ଦାଖଲ ହୋଇଛି।

Leave a Reply

Your email address will not be published. Required fields are marked *