ସୁପ୍ରିମକୋର୍ଟରୁ ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୁ ନିରାଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଗୁଜୁରାଟ ଗଣ ଦୁଷ୍କର୍ମ ପୀଡିତା ବିଲକିସ ବାନୁ ନିରାଶ। ବିଲକିସଙ୍କ ପୁନର୍ବିଚାର ଯାଚିକାକୁ ଖାରଜ କଲେ। ଗଣଦୁଷ୍କର୍ମ ଓ ବିଲକିସଙ୍କ ପରିବାର ଲୋକଙ୍କୁ ହତ୍ୟା କରିଥିବା ୧୧ ଦୋଷୀଙ୍କୁ ମୁକ୍ତ କରିବା ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଥିଲେ।

ଦୋଷୀମାନଙ୍କୁ ମୁକ୍ତ କରାଯିବା ପରେ ବିଲକିସ ନିଜ ଜୀବନ ତଥା ପରିବାର ପ୍ରତି ବିପଦ ଥିବା ଦର୍ଶାଇବା ସହ ମାମଲାର ପୁନଃବିଚାର ପାଇଁ ଆବେଦନ କରିଥିଲେ ଓ ଅନ୍ୟ ଏକ ଯାଚିକାରେ ଗୁଜୁରାଟ ସରକାର ଦ୍ବାରା ଦୋଷୀଙ୍କୁ ମୁକ୍ତ କରିବା ଉପରେ ବିଚାର କରିବାକୁ ଅପିଲ କରିଥିଲେ। ଶନିବାର ଦିନ ସୁପ୍ରିମକୋର୍ଟରେ ବିଚାରପତି ଅଜୟ ରସ୍ତୋଗୀଙ୍କ  ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ମାମଲା ଖାରଜ ନେଇ ଏକ ସର୍କୁଲାର ବାନୁଙ୍କ ଓକିଲ ଶୋଭା ଗୁପ୍ତାଙ୍କୁ ସୁପ୍ରିମକୋର୍ଟ ସହକାରୀ ରୋଜିଷ୍ଟ୍ରାର ପ୍ରଦାନ କରିଛନ୍ତି।    

୨୦୦୨ ଗୁଜୁରାଟ ହିଂସା କାଳରେ ବିଲକିସ ବାନୁଙ୍କୁ ଦଙ୍ଗାକାରୀ ଗଣଦୁଷ୍କର୍ମ କରିଥିବା ବେଳେ ତାଙ୍କ ପରିବାରର ୬ ଜଣଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ୨୦୦୮ରେ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। କିନ୍ତୁ ୨୦୨୨ ମେ ମାସରେ ସୁପ୍ରିମକୋର୍ଟରେ ଜଣେ ଦୋଷୀ ସମୟ ପୂର୍ବରୁ ମୁକ୍ତ କରିବାକୁ ଯାଚିକା ଦାୟର କରିଥିଲେ। ଏହି ମାମଲାରେ କୋର୍ଟ ଗୁଜୁରାଟ ସରକାରଙ୍କୁ  ଯାଚିକା ଉପରେ ବିଚାର ପରି ନିଷ୍ପତ୍ତି ନେବାର ସ୍ବତନ୍ତ୍ରତା ପ୍ରଦାନ କରିଥିଲେ। ତେଣୁ ଅଗଷ୍ଟ ୧୫ ତାରିଖରେ ସମସ୍ତ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା।

ଏହାକୁ ବିରୋଧ କରି ଟିଏମସି, ସିପିଆଇ ଏମ ପରି ରାଜନୈତିକ ଦଳ ତଥା ନାସନାଲ ଫେଡେରାଲ ଅଫ ଇଣ୍ଡିଆନ ଓମାନ, ସାମ୍ବାଦିକା ରେବତି ଲାଉଲ, ସାମାଜିକ କର୍ମୀ, ଏହିପରି ୫୦ରୁ ଅଧିକ ଯାଚିକାକର୍ତ୍ତାଙ୍କ ଦ୍ବାରା ଯାଚିକା ଦାୟର ହୋଇଛି। ବିଲକିସ ମଧ୍ୟ ୨ଟି ଯାଚିକାରେ ସୁପ୍ରିମକୋର୍ଟଙ୍‌କଠାରୁ ନ୍ୟାୟ ଭିକ୍ଷା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *