ମିଆମାର ନେତ୍ରୀ ସୁଙ୍କ ଜେଲ ମିଆଦ ୩୩ ବର୍ଷକୁ ବୃଦ୍ଧି

Spread the love

ନୂଆଦିଲ୍ଲୀ:  ଶୁକ୍ରବାର ମିଆମାରର ଏକ ମିଲିଟାରୀ କୋର୍ଟ ଦେଶ ଶାସନରୁ ବହିସ୍କୃତ ନେତ୍ରୀ ଆଉଙ୍ଗ ସାନ ସୁ କିଙ୍କୁ ଭ୍ରଷ୍ଟାଚାର ଅଭିଯୋଗରେ ଆଉ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ପରେ ତାଙ୍କ ମୋଟ ଜେଲ ମିଆଦ ୩୩ ବର୍ଷକୁ ବୃଦ୍ଧି ପାଇଛି।

ସୂତ୍ରରୁ ପ୍ରକାଶ କି, ଦେଶର ପ୍ରକୃତିକ ବପର୍ଯ୍ୟୟ, ରାଜ୍ୟ ବ୍ୟାପାର ଓ ଅନ୍ୟାନ୍ୟ ବ୍ୟାପାରର ଉଦ୍ଧାର , ଜରୁରୀ ସେବା ପାଇଁ  ହେଲିକପ୍ଟରର କିଣା, ମରାମତି ଓ ଭଡା ବାବଦରେ ବହୁ ଅର୍ଥ ହେର ଫେର କରିଥିବା ଅଭିଯୋଗ ରହିଥିଲା ସୁଙ୍କ ନାମରେ। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଉ ସାତ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। 

ଏହା ପରେ ତାଙ୍କୁ ମିଳିଥିବା ଜେଲ ଦଣ୍ଡାଦେଶର ଅବଧି ୩୩ ବର୍ଷ ହୋଇଛି, ଯେଉଁଥିରେ ୩ ବର୍ଷ ସଶ୍ରମ କାରାଦଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ। ଏହା ପୂର୍ବରୁ ସୁଙ୍‌କୁ ନିର୍ବାଚନରେ ହେରଫେର ଓ ଲାଞ୍ଚ କାରବାରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଏହି ସବୁ ଅଭିଯୋଗକୁ ସୁ ଖଣ୍ଡନ କରି ଆସିଛନ୍ତି। ତାଙ୍କ ଓକିଲ କହିଛନ୍ତି କି, ଏହା କେବଳ ରାଜନୀତି ପ୍ରଣୋଦିତ।

ମାଆମାରର ଏହି ପୂର୍ବତନ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ନେତ୍ରୀଙ୍କୁ ଫେବୃଆରୀ ୨୦୨୧ରେ ମିଲିଟାରୀ ଫୋର୍ସ ଦ୍ବାରା ଶାସନରୁ ବିତାଡିତ କରାଯାଇ ହାଉସ ଆରେଷ୍ଟରେ ରଖାଯାଇଛି। ସୁ ନାପିଡାଓରେ ବନ୍ଦୀ ଜୀବନ ବିତାଉଥିବା ବେଳେ ତାଙ୍କର ସବୁ ମାମଲା ବନ୍ଦ କୋଠରୀ ଭିତରେ କରାଯାଉଛି।

ସିଙ୍କୁ ଗିରଫ କରାଯିବା ପରେ ୨୦୨୧ ଫେବୃଆରୀରେ ଦେଶବ୍ୟାପୀ ପ୍ରବଳ ବିରୋଧ ଓ ପ୍ରଦର୍ଶନ କରାଯାଇଥିଲା। ଗତ ସପ୍ତାହରେ ଜାତିସଂଘର ସୁରକ୍ଷା ପରିଷଦ ତାର ରିସୋଲୁସନ ପାସ କରି ଦକ୍ଷିଣ ପୂର୍ବାଞ୍ଚଳ ଏସୀୟ ରାଷ୍ଟ୍ର ସମୂହର ସେନାସବୁଙ୍କୁ  ଅଙ୍ଗ ସାନ ସୁ କି ଓ ପୂର୍ବତନ ରାଷ୍ଟ୍ରପତି ୱିନ ମିଣ୍ଟଙ୍କ ସମେତ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ଅପିଲ କରିଥିଲା।  

ପରିଷଦରେ ଥିବା ୧୫ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣ ସଦସ୍ୟ ଦଶକ ଦଶକ ଧରି ମିଆମାର ସହ ଦକ୍ଷିଣପୂର୍ବାଞ୍ଚଳ ଏସୀୟ ଦେଶରେ ଜାରି ରକ୍ତାକ୍ତ ସଂଘର୍ଷର ଅନ୍ତ ପାଇଁ ପ୍ରସ୍ତାବ ଗୃହିତ କରିଥିବା ବେଳେ ଏହି ଭୋଟିଂରୁ ଭାରତ, ଚୀନ ଓ ଋଷ ଅଲଗା ରହିଥିଲେ।

Leave a Reply

Your email address will not be published. Required fields are marked *