ନିର୍ବାଚନ କମିଶନରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଦିନ ଦିଲ୍ଲୀରେ ମୁନିସିପାଲ ନିର୍ବାଚନ କରାଇବାକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ନୋଟିସ କରିଛନ୍ତି। ଆପ ପକ୍ଷରୁ ଦାୟର ଯାଚିକାରେ କୁହାଯାଇଥିଲା କି, ଦିଲ୍ଲୀରେ ମୁନିସିପାଲ ନିର୍ବାଚନକୁ କେନ୍ଦ୍ରର ହସ୍ତକ୍ଷେପ ବିନା ସ୍ବାଧୀନ, ସ୍ବଚ୍ଛ ଓ ତ୍ବରିତ କରାଇବାକୁ କୋର୍ଟ ରାଜ୍ୟ ନିର୍ବାଚନ କମିଶନରଙ୍କୁ ନୋଟିସ କରିବାକୁ କହିଥିଲେ।
ଜଷ୍ଟିସ ଏଏମ ଖନୱିଲକର କେନ୍ଦ୍ର ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ଆପର ଯାଚିକା ସମ୍ବନ୍ଧରେ ମତ ଲୋଡିବା ସହ ଆସନ୍ତା ଅଗଷ୍ଟ ୨୬ ତାରିଖକୁ ମାମଲା ଶୁଣାଣି କରିବାକୁ ସ୍ଥଗିତ ରଖିଛନ୍ତି। ବରିଷ୍ଠ ଓକିଲ ଅଭିଶେଖ ମନୁ ସିଙ୍ଘବି କୋର୍ଟଙ୍କ ନିକଟରେ ନିର୍ବାଚନକୁ ତୁରନ୍ତ କରିବାକୁ ଅନୁରୋଧ କରିଛନ୍ତି। ଦିଲ୍ଲୀ ଇଲେକ୍ସନ କମିଶନର ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବା ପରେଏହି ଯାଚିକା ମାର୍ଚ୍ଚରେ ଦାୟର ହୋଇଥିଲା । ଏହା ପୂର୍ବରୁ ଏଲଟି କହିଥିଲେ କି, କେନ୍ଦ୍ର ତ୍ରୁଟିପୂର୍ଣ୍ଣ ଦିଲ୍ଲୀ ମୁନସିପାଲ କର୍ପୋରେସନକୁ ନେଇ ନୂଆ ନୀତି ପ୍ରଣୟନ କରିବାକୁ ଯାଉଛି।
- ଶିଳା ରାୟଙ୍କ ରିପୋର୍ଟ