ଅଗ୍ନିପଥ ଯୋଜନାକୁ ନେଇ ଭାରତର ଛବି ମଳିନ କରିବାକୁ ଅନ୍ତର୍ଜାତୀୟସ୍ତରରେ ଷଡଯନ୍ତ୍ର

Spread the love

ପୁଣି ଥରେ ରାଜନୀତି ନାମରେ ଦେଶର ଛବି ମଳିନ କରିବାକୁ ହୋଇଛି ବଡ ଷଡଯନ୍ତ୍ର। ଅଗ୍ନିପଥ ଯୋଜନାକୁ ବିରୋଧ କରିବା ନାମରେ କରାଯାଇଛି ରୀତିମତ ଷଡଯନ୍ତ୍ର। ଏହାର ପର୍ଦ୍ଦାଫାସ କରିଛିଗୁଇନ୍ଦାବିଭାଗ। ୧୪ ଜୁନରେ ଲାଗୁ ହୋଇଥିବା ଅଗ୍ନିପଥ ଯୋଜନା ବିରୋଧରେ ଖାଳି ଭାରତ ନୁହେଁ ପୁରା ଗଲ୍ଫଦେଶରେ ମଧ୍ୟ ଯୋଜନାବଦ୍ଧ ଡିଜିଟାଲ ଅଭିଯାନ ଚାଲିଛି।

ସେନାରେ ଏପର୍ଯ୍ୟନ୍ତ ସବୁଠାରୁ ବଡପରିବର୍ତ୍ତର ଏହିଯୋଜନାକୁ ଭୁଲ ସାବ୍ୟସ୍ତ କରିବାକୁ ଦୁଇଦିନରେ ସୋସିଆଲମିଡିଆରେ ଖୋଲାଯାଇଛି ୯୩୯ ଅବୈଧଆକାଉଣ୍ଟ। ମିଳିଥିବା ତଥ୍ୟ ଅନୁଯାୟୀ, ଅଗ୍ନିପଥଯୋଜନାର ଘୋଷଣା ପରେ ଭାରତ ବିରୋଧରେ ଟୁଲକିଟ ଚଳାଉଥିବା ଷଡଯନ୍ତ୍ରକାରୀ ଅଲଗାଅଲଗା ହାସଟ୍ୟାଗ ସହ ଟ୍ବିଟ ଓ ହ୍ବାଟ୍ସଆପ ଓ ଫେସବୁକ ପରି ସୋସିଆଲମିଡିଆ ପ୍ଲାଟଫର୍ମରେ ସକ୍ରୀୟ ହୋଇ ଉଠିଥିଲେ। ସୋସିଆଲ ମିଡିଆରେ ଅଗ୍ନିପଥଯୋଜନାର ସମସ୍ତଦୋଷ ଦୁର୍ବଳତାଦେଖାଇବା ସହ ବହୁ ପ୍ରୋଟେଷ୍ଟ ମଧ୍ୟଯୋଜନା କରାଯାଇଥିଲା।

ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଷଡଯନ୍ତ୍ରରଖୁଲାସା କରାଯାଇଛି। ୨୯ ପୃଷ୍ଠାର ଆନାଲିଟିକ୍ସ ରିପୋର୍ଟରୁ ଜଣାପଡିଛିକି, ଭାରତର ସେନାରେ ଏକ ପୁନର୍ଗଠନକୁ ନେଇ କିପରି ସାଉଦିଆରବ ଓ ୟୁଏଇରେ ଆଣ୍ଟିଇଣ୍ଡିଆ ଅଭିଯାନ ଆରମ୍ଭ ହୋଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ ରକ୍ଷାମନ୍ତ୍ରୀ ରାଜନାଥସିଂହଙ୍କୁ ହିଟଲର ହାସଟ୍ୟାଗରେ ଯୋଡାଯାଇ ଟ୍ରେଣ୍ଡ କରାଯାଇଥିଲା।

Leave a Reply

Your email address will not be published. Required fields are marked *