ବିଶ୍ୱ

ନର୍ଥ କୋରିଆର ଦୁଇଟି କମ ଦୂରଗାମୀ ମିସାଇଲ ଉତକ୍ଷେପଣ

ନୂଆଦିଲ୍ଲୀ: ନର୍ଥ କୋରିଆ ସୋମବାର ଦିନ ନିଜର ପୂର୍ବ ତଟରେ ଦୁଇଟି ବାଲେଷ୍ଟିକ ମିସାଇଲ ଉତକ୍ଷେପଣ କରିଛି। ଉଭୟ ମିଶାଇଲ କମ ଦୂରଗାମୀ  ମିଶାଇଲ। ଏହା ପରେ ସାଉଥ କୋରିଆ ସହ ଆମେରିକା ସାଉଥ କୋରିଆ ସମୁଦ୍ର ନିକଟରେ ଏକ ଏୟାରକ୍ରାଫ୍ଟ କ୍ୟାରିୟର ମୁତୟନ କରିବାକୁ ନିଷ୍ପତ୍ତି ନେଇଛି।

ସାଉଥ କୋରିଆର ମିଳିତ ଚିଫ ଅଫ ଷ୍ଟାଫ କହିଛନ୍ତି କି, ନର୍ଥ କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗର ସାଉଥରେ ଏକ ପଶ୍ଚିମା ଅନ୍ତର୍ଦେଶୀୟ କ୍ଷେତ୍ରରୁ ମିଶାଇଲ ଉତକ୍ଷେପଣ କରାଯାଇଛି। ଏହା ପରେ ମିଶାଇଲ ଉଡାଣ ଭରିଥିବା ଦେଖିବାକୁ ମିଳିଥିବା ବେଳେ କିନ୍ତୁ ଏହାର ସମସ୍ତ ତଥ୍ୟ ଜାରି କରାଯାଇ ନାହିଁ। ଜାପାନ ତଟରକ୍ଷିଙ୍କ ପକ୍ଷରୁ କୁହାଯାଇଛି କି, ଜଣାପଡୁଛି କି, ଦୁଇଟି ଯାକ ହତିଆର ଜାପାନର ବିଶେଷ ଆର୍ଥିକ କ୍ଷେତ୍ର ବାହାରେ ପଡିଥିଲା।

ସୂଚନାଯୋଗ୍ୟ, ସାଉଥ କୋରିଆ ପକ୍ଷରୁ ଚଳିତ ମାସରେ ୭ଟି ମିସାଇଲ ଲଞ୍ଚ କରିଥିବା ବେଳେ ନର୍ଥ କୋରିଆ ୩ ମାସରେ ୧୧ଟି ପରୀକ୍ଷଣ କରିଛି। ସେଥିରେ ୨୦ରୁ ଅଧିକ ବାଲେଷ୍ଟିକ ମିସାଇଲ ଓ କ୍ରୁଜ ମିସାଇଲ ଲଞ୍ଚ କରାଯାଇଛି। ଆମେରିକା ଓ ସାଉଥ କୋରିଆର ମିଳିତ ସୈନ୍ୟାଭ୍ୟାସରେ ଉତ୍‌କ୍ଷିପ୍ତ ହୋଇ ନର୍ଥ କୋରିଆ ମିସାଇଲ ଲଞ୍ଚ କରି ପରୋକ୍ଷରେ ଆମେରିକାକୁ ତାର ଶକ୍ତିର ପରିଚୟ ଦେଉଛି।

ବିଗତ ଦିନରେ ମଧ୍ୟ ମିସାଇଲ ଲଞ୍ଚ କରି ନର୍ଥ କୋରିଆ ଆମେରିକାକୁ ନିଜ ନ୍ୟୁକ୍ଲିୟର ଶକ୍ତି ପ୍ରଦର୍ଶନ କରିବା ସହ ଆମେରିକା ଦ୍ବାରା ଲଗାଯାଇଥିବା ପ୍ରତିବନ୍ଧକ ହଟାଇବାକୁ ଚାପ ସୃଷ୍ଟି କରୁଛି। ଚଳିତ ମାସରେ ନର୍ଥ କୋରିଆଦ୍ବାରା ହୋଇଥିବା ବିଭିନ୍ନ ମିସାଇଲ ଲଞ୍ଚ ମଧ୍ୟରେ ଏକ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ ମଧ୍ୟ ପରୀକ୍ଷଣ କରାଯାଇଥିଲା। ଏପରି କରି ନର୍ଥ କୋରିଆ ସାଉଥ କୋରିଆର ମିସାଇଲ ରକ୍ଷାକୁ ପ୍ରଭାବିତ କରିବାକୁ ପ୍ରୟାସ କରିଥିଲା।

Related Articles

Leave a Reply

Your email address will not be published.

Back to top button