ପଶ୍ଚିମା ଝଡ ପ୍ରଭାବରେ 13 ଜିଲ୍ଲାକୁ ସତର୍କତା

Spread the love

ଭୁବନେଶ୍ୱର: ଓଡିଶାରେ ପଶ୍ଚିମା ଝଡର ପ୍ରଭାବ ଲଗାତାର ଭାବେ ଦେଖିବାକୁ ମିଳୁଛି । ତେବେ ଏହାର ପ୍ରଭାବରେ ଆସନ୍ତା 31 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ଦେଖିବାକୁ ମିଳିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଓଡିଶାର ଉପକୂଳ ଅଞ୍ଚଳରେ କିଛି ଜିଲ୍ଲାରେ ବର୍ଷା ସହ ଘଡଘଡି ଓ ପବନ ଦେଖିବାକୁ ମିଳିପାରେ । ଏଥିପାଇଁ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଲା – ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ନୟାଗଡ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର । ରାଜ୍ୟର ଏହି ସବୁ ଜିଲ୍ଲା ଗୁଡିକରେ ଘଡଘଡି ସାଙ୍ଗକୁ ମଧ୍ୟମ ଧରଣର ବର୍ଷା ସହ ପବନ ବହିବାର ମଧ୍ୟ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ 28,29,30 ତାରିଖ ବେଳକୁ କିଛି ଜିଲ୍ଲାରେ ବର୍ଷା ସାଙ୍ଗକୁ ଘଡଘଡି ଏବଂ 30ରୁ 40 ବେଗରେ ପବନ ବହିବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *