ବିଶ୍ୱଶିକ୍ଷା/ଗବେଷଣାସ୍ୱାସ୍ଥ୍ୟ

ସାମ୍ପୁ ବ୍ୟବହାର କରୁଛନ୍ତି କି, ସାବଧାନ

() ସାମ୍ପୁରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ। ସାମ୍ପୁ ବ୍ୟବହାର କରିବାରୁ କ୍ୟାନ୍ସର ହେଉଛି। ଏପରି ଦାବି କରିଛି ବିଶ୍ବର ଜଣାଶୁଣା କମ୍ପାନୀ ୟୁନିଲେଭର। କ୍ୟାନ୍ସର ଉପାଦାନ ମିଳିବା ପରେ ୟୁନିଲେଭର  କମ୍ପାନୀ ଡୋଭ, ନେକ୍ସସ, ସୁବେ, ଟିଗି, ଟ୍ରେସମେ, ଆରୋସୋଲ ପରି ବ୍ରାଣ୍ଡେଡ ସାମ୍ପୁକୁ ଆମେରିକା ମାର୍କେଟରୁ ଫେରାଇ ନେଇଛି।

ଚୁଟି ସଫା କରିବାକୁ ଲୋକେ ସାମ୍ପୁର ବ୍ୟବହାର କରୁଛନ୍ତି। ଚୁଟିକୁ ସଫା କରିବା ସହ ରୁପି ମୁକ୍ତ, ନରମ, ଚମକଦାର କରିବାକୁ ବିଭିନ୍ନ ସାମ୍ପୁ କମ୍ପାନୀ ପକ୍ଷରୁ ବିଜ୍ଞାପନ ଦିଆଯାଇ ଲୋକଙ୍କୁ ଆକୃଷ୍ଟ କରାଯାଉଛି। ଲୋକେ ମଧ୍ୟ ବିଭିନ୍ନ ବ୍ରାଣ୍ଡ ପଛରେ ବାଇଆ ହୋଇ ଖର୍ଚ୍ଚ କରୁଛନ୍ତି ହଜାର ହଜାର ଟଙ୍କା। କିନ୍ତୁ ଆମେରିକାର କମ୍ପାନୀ ୟୁନିଭେଲରର ତଥ୍ୟ ଚିନ୍ତା ବଢାଇ ଦେଇଛି। କମ୍ପାନୀର  ବିଭିନ୍ନ ନାମୀଦାମୀ ସାମ୍ପୁରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ଉପାଦାନ ମିଳିଛି। ୟୁନିଭେର ଫାଷ୍ଟ ମୁଭିଂ କଞ୍ଜୁମର ପ୍ରଗଡକ୍ଟ  ବା ଏଫଏମସିଜିର ଏକ ବଡ ହବ। ୟୁନିଭେଲର ବିଭିନ୍ନ ବଡ ବଡ ବ୍ରାଣ୍ଡରର କଞ୍ଜୁମର ପ୍ରଡକ୍ଟ ରହିଛି। ସେସବୁ ମଧ୍ୟରେ ଥିବା ଡୋଭ, ଟ୍ରେସମେ, ଟିଗି, ସୁବେ, ନେକ୍ସସ, ଆରୋସୋଲ ପରି ବହୁ ବ୍ରାଣ୍ଡେଡ କମ୍ପାନୀର ସାମ୍ପୁରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ଉପାଦାନ ରହିଛି। ତେଣୁ ସେସବୁକୁ ଆମେରିକା ମାର୍କେଟରୁ ଫେରାଇ ନେଇଛି।

ରିପୋର୍ଟ ମୁତାବକ, ଡ୍ରାଇ ସାମ୍ପୁରେ ବେଞ୍ଜିନ ପରି ଉପାଦାନ ରହିଛି, ଯାହା କ୍ୟାନ୍ସର ର ଆଶଙ୍କା   ସୃଷ୍ଟି କରୁଛି। ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ବା ଏଫଡିଏ ଅନୁଯାୟୀ, ଡୋଭ ଡ୍ରାଇ ସାମ୍ପୁ ଭଲ୍ୟୁମ ଆଣ୍ଡ ଫୁଲନେସ, ଡୋଭ ଡ୍ରାଇ ସାମ୍ପୁ ଫ୍ରେସ କୋକନଟ, ନେକ୍ସସ ଡ୍ରାଇ ସାମ୍ପୁ ରିଫ୍ରେସିଂ ମିଷ୍ଟ ଓ ସୁବେ ପ୍ରଫେସନାଲ ଡ୍ରାଏ ସାମ୍ପୁ ରିଫ୍ରେସ ଆଣ୍ଡ ରିଭାଇବରେ ବେଞ୍ଜିନ ରହିଛି।  ସେସବୁ ଅକ୍ଟୋବର ୨୦୨୧ ପୂର୍ବରୁ ଉତ୍ପାଦନ ହୋଇଥିଲା। ଏଫଡିଏ କହିଛି, ସୁଙ୍ଘିବା ଦ୍ବାରା ନାକ ବାଟେ, ମୁହଁ ବାଟେ ବା ଚର୍ମ ଦେଇ ବିଭିନ୍ନ ଉପାୟରେ ବେଞ୍ଜିନ ଶରୀର ମଧ୍ୟକୁ ଯାଇଥାଏ। ଏହା ଲୁକେମିଆ ଓ ବ୍ଲଡ କ୍ୟାନ୍ସର ର କାରଣ ହୋଇଥାଏ।  ତେଣୁ ଏସବୁ ପ୍ରଡକ୍ଟର ବ୍ୟବହାର ବନ୍ଦ କରାଯିବା ଦରକାର। ଏଫଡିଏ ରିପୋର୍ଟ ପରେ ୟୁନିଭେଲର ମାର୍କେଟରୁ ସେସବୁକୁ ମାର୍କେଟରୁ ଫେରାଇ ନେଇଛି।

ସେପଟେ ସାମ୍ପୁରେ କ୍ୟାନ୍ସର ଆଶଙ୍କା ପୁଣି ଥରେ ପ୍ରସାଧନ ସାମଗ୍ରୀର ନିରପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଗତ ଦେଢ ବର୍ଷ ଭିତରେ ଏୟରୋସୋଲ ସନସ୍କ୍ରିନ, ଜନସନ ଆଣ୍ଡ ଜନସନର ଡ୍ୟୁଟ୍ରୋଗେନା, ଏଡଜଭେଲ ପର୍ସନାଲ କେୟାର କମ୍ପାନୀର ପ୍ରଡକ୍ଟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବା ଜଣାପଡିଥିଲା।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Related Articles

Leave a Reply

Your email address will not be published.

Back to top button