ପାଞ୍ଚ ରଙ୍ଗର ନଦୀ…

Spread the love

ନଦୀ , ଗଛ , ଝରଣାକୁ ନେଇ ଗଠିତ ବିଶ୍ବ । ସମଗ୍ର ବିଶ୍ୱ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଦକ୍ଷିଣ ଆମେରିକା ର କଲମ୍ୱିଆରେ ଏମିତି ଏକ ନଦୀ ଅଛି , ସେଥିରୁ ୫ ପ୍ରକାରର ରଙ୍ଗ ବାହାରୁଛି । ଯାହା କାନୋ କ୍ରିଷ୍ଟାଲ୍ସ ନଦୀ ନାଁରେ ଜଣାଶୁଣା।….
ଦୁନିଆରେ ଏମିତି ଏକ ନଦୀ ଅଛି, ସେଥିରୁ ୫ ପ୍ରକାର ରଙ୍ଗର ପାଣି ବାହାରୁଛି। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ସତ। ହେଲେ ୫ ପ୍ରକାରର ରଙ୍ଗ ଗୋଟିଏ ନଦୀରୁ ବାହାରୁଛି। ଯାହାକୁ ଦେଖିଲେ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରିବ । ହଁ ଆମେ କହୁଛୁ, ଏମିତି ଏକ ନଦୀ କଥା , ଯାହା ଦକ୍ଷିଣ ଆମେରିକା ର କଲମ୍ୱିଆରେ ଅଛି। ଯାହା କାନୋ କ୍ରିଷ୍ଟାଲ୍ସ ନଦୀ ନାଁରେ ଜଣାଶୁଣା। ନ୍ୟାସନାଲ ଜିଓଗ୍ରାଫି ପକ୍ଷରୁ ଏହାକୁ ଗାର୍ଡେନ ଅଫ ଇଡେନ ଏବଂ ଦେବାତାଙ୍କ ବାଟିକା ନାଁରେ ନାମିତ କରାଯାଇଛି।

କାନୋ କ୍ରିଷ୍ଟାଲ ନଦୀ। ଏହା କେବଳ କଲମ୍ୱିଆର ଲୋକଙ୍କୁ ନୁହେଁ , ସମଗ୍ର ବିଶ୍ୱର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ନଦୀରେ ୫ଟି ଭିନ୍ନ ରଙ୍ଗର ଜଳ ଯଥା ହଳଦିଆ, ସବୁଜ, ନାଲି, କଳା ଏବଂ ନୀଳ ରଙ୍ଗର ପାଣି ବାହାରୁଥିବା ଦେଖିବାକୁ ମିଳିଛି। ପାଞ୍ଚ ରଙ୍ଗର ଜଳ ଯୋଗୁଁ ଏହି ନଦୀକୁ ୫ ରଙ୍ଗର ନଦୀ ମଧ୍ୟ କୁହାଯାଏ। ଏହା ବ୍ୟତୀତ ଏହାକୁ ତରଳ ଇନ୍ଦ୍ରଧନୁ ମଧ୍ୟ କୁହାଯାଏ। ନଦୀକୁ ଦେଖିବା ବେଳେ ଏହା ଏକ ସୁନ୍ଦର ଚିତ୍ର ପରି ଦେଖାଯାଏ। ଏହି ନଦୀ ଦୁନିଆର ସବୁଠାରୁ ସୁନ୍ଦର ନଦୀ ଭାବରେ ପରିଗଣିତ ହୁଏ। ଏହି ତରଳ ଇନ୍ଦ୍ରଧନୁ ନଦୀର ସୌନ୍ଦର୍ଯ୍ୟ ଜୁନ ମାସରୁ ନଭେମ୍ୱର ମଧ୍ୟରେ ଦେଖାଯାଇଥାଏ। ତେବେ ଏହି ମାସ ଗୁଡିକରେ ଲୋକମାନେ ବହୁ ଦୂରଦୂରାନ୍ତରୁ ଆସି ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ।

ଏହି ନଦୀକୁ ଦେଖିଲେ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ଉଠିବ। ଏହି ନଦୀର ରଙ୍ଗ କିପରି ବଦଳୁଛି। ତେବେ ନଦୀର ଜଳ ରଙ୍ଗ ପରିବର୍ତ୍ତନ କରେ ନାହିଁ। ବରଂ, ନଦୀରେ ରହିଥିବା ଏକ ସ୍ୱତନ୍ତ୍ର ଉଦ୍ଭିଦ ମାକେରେନା କ୍ଲାଭିଗେରା ଯୋଗୁଁ ଏହି ନଦୀର ଜଳ ରଙ୍ଗ ବଦଳିବାରେ ଲାଗେ। ଏହି ଉଦ୍ଭିଦ ନଦୀର ପାଦଦେଶରେ ରହିଥିବା ଜଣାପଡିଛି। ଏହି ଉଦ୍ଭିଦ ପାଇଁ ସମଗ୍ର ନଦୀ ପ୍ରାକୃତିକ ଭାବରେ ରଙ୍ଗୀନ ପରି ଲାଗୁଛି। ସକାଳ ସମୟରେ ସୂର୍ଯ୍ୟଙ୍କ କିରଣ ଏହି ଉଦ୍ଭିଦ ଉପରେ ପଡିଥାଏ। ଧୀର ଏବଂ ଦ୍ରୁତ ଆଲୋକ ଆଧାରରେ ଏହି ଉଦ୍ଭିଦର ରଙ୍ଗ ନଦୀର ଜଳ ଉପରେ ପ୍ରତିଫଳିତ ହୁଏ। ବାଇଗଣୀଠାରୁ ଉଜ୍ୱଳ ଲାଲ ପର୍ଯ୍ୟନ୍ତ ସମସ୍ତ ରଙ୍ଗ ଦିନର ବିଭିନ୍ନ ସମୟରେ ଦୃଶ୍ୟମାନ ହୋଇଥାଏ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *