ଶୌଚାଳୟରେ ଗ୍ରୋସରୀ ଦୋକାନ…ମନ୍ତ୍ରୀ କଲେ ସୋସିଆଲ ମିଡିଆରେ ପୋଷ୍ଟ

ଶୌଚାଳୟରେ ଗ୍ରୋସରୀ ଦୋକାନ। ଏନେଇ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଅରୁଣାଚଳପ୍ରଦେଶ ରାଜଧାନୀ ଇଟାନଗରରେ ଏହି ସାର୍ବଜନୀନ ଶୌଚାଳୟକୁ ୨୦୧୫ ମସିହା ଜାନୁଆରୀ ୧ରେ କିରେନ ରିଜିଜୁ ତାଙ୍କ ସାଂସଦ ପାଣ୍ଠିରୁ ଉଦଘାଟନ କରିଥିଲେ। ବର୍ତ୍ତମାନ ଏହି ଶୌଚାଳୟ ସମସ୍ତଙ୍କ ପାଇଁ ବ୍ୟବହାର ନ ହୋଇ ଗ୍ରୋସରୀ ଦୋକାନ ଖୋଲାଯାଇଛି। କିରେନ ରିଜିଜୁ ଟ୍ୱିଟ କରି କହିଛନ୍ତି ଯେ ମୁଁ ଏହି ଫଟୋ ଜଣେ ବ୍ୟକ୍ତିଙ୍କଠାରୁ ପାଇଛି। ତେବେ ଏହି ଶୌଚାଳୟରେ ଦୋକାନ ଖୋଲିବା ଘଟଣାକୁ ନେଇ ସମ୍ୱନ୍ଧିତ ବିଭାଗ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ନହେଲେ ମୁଁ ଆନୁଷ୍ଠାନିକ ଭାବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଟ୍ୱିଟରରେ ଦର୍ଶାଇଛନ୍ତି ରିଜିଜୁ। ସେପଟେ ଅରୁଣାଚଳ ପଶ୍ଚିମ ଲୋକସଭା ଆସନରୁ ୩ଥର ସାଂସଦ ଅଟନ୍ତି। ଯାହା କ୍ଷେତ୍ର ଦୃଷ୍ଟିରୁ ଦେଶର ଚତୁର୍ଥ ବୃହତ୍ତମ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଟେ।

ଅନ୍ୟପଟେ ଏକ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସୁଥିବା ଲୋକଙ୍କ ପ୍ରତି ଅବହେଳା ଓ ସେମାନଙ୍କ ପ୍ରତି ବ୍ୟବହାରକୁ ନିନ୍ଦା କରିଛନ୍ତି କିରେନ ରିଜିଜୁ । ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ପର୍ଯ୍ୟଟକମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି ସ୍ଥାନୀୟ ଲୋକେ। ସ୍ଥାନୀୟ ଲୋକଙ୍କ ପ୍ରକୃତି ସହ ଖେଳ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହାକୁ ନେଇ ସେ ଟ୍ୱିଟରରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଦେଶର ସୌନ୍ଦର୍ଯ୍ୟ ନଷ୍ଟ ନ କରିବାକୁ ନିବେଦନ କରିଛନ୍ତି। ଏହା ବ୍ୟତୀତ ଯେ କୌଣସି ସ୍ଥାନରେ ଏବଂ ସମସ୍ତେ ଦାୟିତ୍ୱବାନ ନାଗରିକ ହେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କିରେନ ରିଜିଜୁ ଦୁଇଟି ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଗୋଟିଏ ଫଟୋରେ ଗୋଆରେ ଦୁଇ ଜଣ ବ୍ୟକ୍ତି ସମୁଦ୍ରକୂଳରେ କାର ଚଳାଉଥିବା ବେଳେ ଧରାପଡିଥିଲେ। ଏବଂ ଅନ୍ୟଟି ଲଦାଖର ପାଙ୍ଗୋଙ୍ଗ ସୋ ହ୍ରଦରେ ପର୍ଯ୍ୟଟକମାନେ କାର ଚଳାଉଥିବା ନଜର ଆସିଥିଲେ। ହ୍ରଦ କୂଳରେ ଖାଦ୍ୟ ଏବଂ ବୋତଲ ସହ ଟେବୁଲ , ଚେୟାର ମଧ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ସେ ଅତି ନିନ୍ଦା କରି ପର୍ଯ୍ୟଟନସ୍ଥଳୀର ଦୂରୁପଯୋଗ ନକରିବାକୁ କହିଛନ୍ତି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *