ଅପରେସନ ସିନ୍ଦୂର ବିରୁଦ୍ଧରେ ପୋଷ୍ଟ କରି ପ୍ରଫେସର ସସପେଣ୍ଡ

ଦେଶ ବିରୋଧୀ ଆକ୍ଚିଭିଟି ଲାଗି ସସପେଣ୍ଡ ହେଲେ ପ୍ରଫେସର। ଚେନ୍ନାଇର ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏସଆରଏମର ସହକାରୀ ପ୍ରଫେସର ଏସ ଲୋରାଙ୍କୁ ନିଲମ୍ୱନ କରାଯାଇଛି। ଅପରେସନ ସିନ୍ଦୂର ପରେ ଲୋରା ଭାରତୀୟ ସେନା ବିରୁଦ୍ଧରେ ନିରନ୍ତର ପୋଷ୍ଟ କରିଆସୁଥିଲେ। ଭାରତୀୟ ସେନାକୁ ଅପମାନିତ କରୁଥିଲେ। ଶେଷରେ ଦେଶ ବିରୋଧୀ ଟିପ୍ପଣୀ ପାଇଁ ତଥା ପାକିସ୍ତାନୀ ପ୍ରୋପାଗାଣ୍ଡାକୁ ପ୍ରଚାର କରୁଥିବାରୁ ତାଙ୍କୁ ସସପେଣ୍ଡ କରାଯାଇଛି। ଭାରତୀୟ ସେନା ନିର୍ଦୋଷ ଲୋକଙ୍କୁ ମାରି ଭୀରୁତାର ପରିଚୟ ଦେଉଛି ବୋଲି କଟାକ୍ଷ କରିଥିଲେ ଲୋରା। ଏହା ବାହାଦୂରୀ ନୁହେଁ। କେବଳ ଏତିକି ନୁହେଁ। ଏହି ଘଟଣା ପରେ ଲକଡାଉନ ଭଳି ସ୍ଥିତି ଓ ଖାଦ୍ୟ ଅଭାବକୁ ନେଇ ଅନିଶ୍ଚିତତା କଥା ବି ଚେତାଇ ଦେଇଥିଲେ ଲୋରା। ଯେହେତୁ ଲୋରା ଅନୈତିକ କାର୍ଯ୍ୟକଳାପରେ ସାମିଲ୍, ସେଥିଲାଗି ତାଙ୍କୁ ତତ୍କାଳ ସସପେଣ୍ଡ କରି ଏହା ଉପରେ ଯାଞ୍ଚ କମିଟି ଗଠନ ହୋଇଛି ବୋଲି ୟୁନିଭରସିଟି କର୍ତ୍ତୃପକ୍ଷ କହିଛନ୍ତି। ତାମିଲନାଡୁ ବିଜେପିର ରାଜ୍ୟ ସମ୍ପାଦକ କହିଛନ୍ତି, ଲୋରାଙ୍କୁ ଯେମିତି ଅନ୍ୟ କେଉଁଠି ଚାକିରୀ ମିଳିବନି, ସେ କଥାକୁ ସୁନିଶ୍ଚିତ କରାଯିବା ଜରୁରୀ। ଯଦି କେହି ତାଙ୍କୁ ଚାକିରୀ ଦିଅନ୍ତି, ତାଙ୍କୁ ଭାରତ ବିରୋଧୀ ମାନସିକତାଧାରୀ ବୋଲି ବିବେଚନା କରାଯିବ। ସାର୍ବଜନୀକ ସ୍ଥାନରେ ଲଜ୍ଜିତ କରାଯିବ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *