ଦିନେ ଲୋକଙ୍କ ପାଇଁ ଖବର ପରିବେଶଣ କରୁଥିଲେ,,,ଆଜି ନିଜେ ପାଲଟିଯାଇଛନ୍ତି ଖବର…

ଶ୍ରୀଲଙ୍କା ପରେ ଏବେ ଅଫଗାନୀସ୍ଥାନରେ ଦେଖାଦେଇଛି ଭୟଙ୍କର ଆର୍ଥିକ ସଙ୍କଟ । ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ସାଙ୍ଗକୁ ଖାଦ୍ୟ ସଙ୍କଟ ସାଧାରଣ ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇଦେଇଛି । ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଅଧିକାଂଶ ଘରୋଇ ସଂସ୍ଥାରେ ତାଲା ଝୁଲିଲାଣି । ଲୋକେ ଚାକିରୀ ହରାଇ ଜୀବନ ସହ ସଂଘର୍ଷ କରୁଛନ୍ତି ତାଲିବାନୀ ବାସିନ୍ଦା । ଏଥିରୁ ବାଦ ପଡିନି ଗଣମାଧ୍ୟମ ସଂସ୍ଥା । ଏକ ବୈଦ୍ୟୁତିକ ଗଣମାଧ୍ୟମର ଜଣେ ନ୍ୟୁଜ ଏଙ୍କର ଏବେ ନିଜ ଗୁଜରାଣ ମେଣ୍ଟାଇବାକୁ ରାସ୍ତା କଡରେ ଖାଦ୍ୟ ବିକ୍ରୀ କରୁଥିବା ଦୃଶ୍ୟ ସାମନାକୁ ଆସିଛି । ଯାହା ଅନେକଙ୍କୁ ବିଚଳିତ କରିଛି ।

ଦିନେ ଲୋକଙ୍କ ପାଇଁ ଖବର ପରିବେଶଣ କରୁଥିଲେ । ଆଉ ଆଜି ନିଜେ ପାଲଟିଯାଇଛନ୍ତି ଚାଞ୍ଚଲ୍ୟକର ଖବର । ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । ଏ ଦୃଶ୍ୟ ହି ବୟାନ କରୁଛି ତାଲିବାନ ଶାସନରେ କିଭଳି ଭୂଷୁଡି ପଡିଛି ଆର୍ଥିକ ବ୍ୟବସ୍ଥା । ଏ ହେଉଛନ୍ତି ମୁସା ମହମ୍ମଦ । ଆଫଗାନିସ୍ତାନର ଜଣେ ବୈଦ୍ୟୁତିକ ଗଣମାଧ୍ୟମର ଜଣାଶୁଣା ସମ୍ୱାଦିକ । ଦିନ ଥିଲା ସେ ଥିଲେ ଜଣେ ନ୍ୟୁଜ ଆଙ୍କର ଦେଶର ତମାମ୍‌ ଖବର ଲୋକମାନଙ୍କ ପାଖରେ ପହଞ୍ଚାଉଥିଲେ। ହେଲେ ଆଜି ରାସ୍ତା କଡରେ ବସି ବିକ୍ରୀ କରୁଛନ୍ତି ଷ୍ଟ୍ରିଟ ଫୁଡ୍ ।

ସମଗ୍ର ଦେଶ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ମୁସା ମହମ୍ମଦ । ବିଭିନ୍ନ ଟିଭି ଚ୍ୟାନଲରେ ଏଙ୍କର ଏବଂ ରିପୋର୍ଟର ଭାବରେ ବର୍ଷ ବର୍ଷ ଧରି କାମ କରିଆସୁଥିଲେ ମୁସା । ବର୍ତ୍ତମାନ ତାଙ୍କ ପରିବାର ଚଳାଇବା ପାଇଁ ତାଙ୍କ ପାଖରେ କୌଣସି ଆୟ ନାହିଁ। ଏବଂ କିଛି ଟଙ୍କା ରୋଜଗାର କରିବା ପାଇଁ ସେ ଷ୍ଟ୍ରିଟ୍ ଫୁଡ୍ ବିକ୍ରି କରୁଛନ୍ତି। ଦାରିଦ୍ର ସୀମାରେଖା ତଳେ ରହି ମହମ୍ମଦ ଏବେ ପାଲଟି ଯାଇଛନ୍ତି ରାସ୍ତା କଡର ବ୍ୟବସାୟୀ।

ମୁସା ମହମ୍ମଦ ରାସ୍ତା କଡରେ ଖାଦ୍ୟ ବିକ୍ରି କରୁଥିବାର ଫଟୋକୁ ଟ୍ୱୁଟ୍‌ କରିଥିଲେ କବୀର ହକମଲ। ସେ କହିଛନ୍ତି ଯେ, ମହମ୍ମଦ ବର୍ଷ ବର୍ଷ ଧରି ମିଡିଆ କ୍ଷେତ୍ରରେ ଏକ ଅଂଶ ଥିଲେ ହେଲେ ପରିସ୍ଥିତି ଏମିତି କରିଛି ଯେ ସେ ଏବେ ରୋଡ ସାଇଟରେ ବସି ଖାଦ୍ୟ ବିକ୍ରି କରୁଛନ୍ତି। ଦେଶ ତାଲିବାନ କ୍ଷମତାକୁ ଆସିବା ପରେ ମହମ୍ମଦ ଦାରିଦ୍ର୍ୟତା ଭିତରକୁ ଠେଲି ହୋଇ ଯାଇଛନ୍ତି। ହକମଲଙ୍କର ଏହି ଟ୍ୱୁଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟ୍ୱିଟର ୟୁଜରମାନେ ଏହି ଫଟୋରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହିତ ଏହି ଫଟୋକୁ ଇଣ୍ଟରନେଟରେ ରି-ପୋଷ୍ଟ କରିଛନ୍ତି।

ଏହି ଟ୍ୱୁଇଟ ଭାଇରାଲ ହେବା ପରେ ଇସ୍ଲାମିକ ଏମିରେଟ୍ ଆଫଗାନିସ୍ତାନର ଜାତୀୟ ରେଡିଓ ଓ ଟିଭିରେ ଡିଜି ତାଥା ସଂସ୍କୃତି କମିଶନର ଉପମୁଖ୍ୟ ଥିବା ଅହମଦୁଲ୍ଲାହ ୱାସିକଙ୍କ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଟ୍ୱନିଟ କରି ଲେଖିଛନ୍ତି ଜାତୀୟ ରୋଡିଓ ଓ ଟେଲିଭିଜନରେ ତୁରନ୍ତ ମୁସା ମହମ୍ମଦଙ୍କୁ ନିଯୁକ୍ତି ମିଳିବ. –

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *