ପ୍ରେମିକ ସହ କଥା ହେବାପାଇଁ ମନା କରିବାରୁ ସ୍ୱାମୀଙ୍କ ନାଁରେ FIR ଦେଲେ ପତ୍ନୀ

Spread the love

ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ଅଶ୍ଲୀଳ କଥା ହେବାକୁ ଦେଇନଥିଲେ ସ୍ୱାମୀ। ଏନେଇ ପତ୍ନୀ, ସ୍ୱାମୀଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ପତ୍ନୀ ଅଶ୍ଳୀଳ କଥା କହୁଥିବା ନେଇ ସ୍ୱାମୀ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ପତ୍ନୀଙ୍କ ଅଭିଯୋଗକୁ ନେଇ ପୋଲିସ ତାଙ୍କ ସ୍ୱାମୀଙ୍କୁ ବହୁ ଥର ପଚରାଉଚୁରା କରିଥିବା ବେଳେ ସେପଟେ ସ୍ୱାମୀ ବିରକ୍ତି ହୋଇ ଘର ଛାଡି ଅନ୍ୟ ଜିଲ୍ଲାରେ ରହୁଥିବା ଜଣାପଡିଛି। ରାଜସ୍ଥାନ ଧୋଳପୁର ଜିଲ୍ଲା କୋଟୱାଲି ଥାନା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ପତ୍ନୀ ତାଙ୍କ ପ୍ରେମିକଙ୍କ ସହ ଫୋନ ଯୋଗେ ଅଶ୍ଳୀଳ କଥାବାର୍ତ୍ତା କରିବା ସହ ତାଙ୍କ ସ୍ୱାମୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଏବଂ ଟଙ୍କା ଖର୍ଚ୍ଚ କରି ତାଙ୍କ ପ୍ରେମିକଙ୍କ ସହ ମଜା ନିଅନ୍ତି। ଏବଂ ଯେତେବେଳେ ସେ ଏହାକୁ ବିରୋଧ କରନ୍ତି ସେତେବେଳେ ପତ୍ନୀ ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରନ୍ତି। ଶେଷରେ ତାଙ୍କ ପତ୍ନୀ ନ ବୁଝିବାରୁ ସ୍ୱାମୀ ଜଣଙ୍କ ବିରକ୍ତି ହୋଇ କୋଟୱାଲି ଥାନାରେ ତାଙ୍କ ପତ୍ନୀ ଓ ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *