
ଉତ୍ତରାଖଣ୍ଡ: ଉତ୍ତରପ୍ରେଦେଶ ଦ୍ୱାରିକାରେ ଅଭାବନୀୟ ଘଟଣା। ଗଙ୍ଗା ନଦୀରେ ପ୍ରଖର ସ୍ରୋତ ଥିବାରୁ ଭାସିଗଲେ କାଉଡିଆ। ପାଣି ଉଠାଇବା ବେଳେ ଅଘଟଣ। ୭ କାଉଡିଆ ଭାସି ଯାଇଥିଲେ। ଘଟଣା ସ୍ଥଳେର ସୋନା ଓ ପୋଲିସ ସାହାର୍ଯ୍ୟରେ କାଉଡିଆମାନଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଶ୍ରାବଣ ମାସ ଯୋଗୁଁ ବହୁ ଲୋକେ ବୋଲବୋମ ଯାଉଛନ୍ତି। ତେବେ ଉତ୍ତରପ୍ରଦେଶର ହରିଦ୍ୱାରରେ ବୋଲବୋମ ଯାତ୍ରା ପାଇଁ ଗଙ୍ଗାନଦୀ କୂଳରେ ଗହଳି ଲାଗିଛି।
ଦେଶରେ ଲଘୁଚାପ ବର୍ଷା ହୋଇଥିବା ଯୋଗୁଁ, ଗଙ୍ଗାନଦୀରେ ପ୍ରଖର ସ୍ରୋତ ସୃଷ୍ଟି ହୋଇଛି। ତେବେ ଗୁରୁବାର ଗଙ୍ଗାନଦୀରେ ଏକ ଅଘଟଣ ଘଟିଥିଲା। ଯେଉଁଥିରେ ୭ ଜଣ କାଉଡିଆ ପାଣି ଉଠାଉଥିବା ସମୟରେ ଭାସିଯାଇଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଘଟଣା ସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ ଯାଇ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।
- ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ